Masthead

ଜମି ମାଫିଆ ମାଲାମାଲ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଭୂମିହୀନଙ୍କୁ ସରକାର ଯୋଗାଇ ଦେଉଛନ୍ତି ଜମି । ସରକାରଙ୍କ ଠାରୁ ୬୩ ଭୂମିହୀନ ଦଳିତ ପରିବାର ପାଇଥିବା ଜମି ଏବେ କମ୍ପାନୀ ହାତରେ । ଗରିବଙ୍କ ପରିବର୍ତ୍ତେ କମ୍ପାନୀ ଓ ଜମି ମାଫିଆ ମାଲାମାଲ । ଜମି ମାଲିକ ଜାଣିବା ପୂର୍ବରୁ ହାତରୁ ଖସି ଯାଇଛି ଜମି । ଧାମରା ବନ୍ଦର ନିକଟରେ ପଡିଛି ହଜାର ହଜାର ଏକର ଜମି । ପ୍ରକୃତ ଜମି ମାଲିକ ଜାଣିବା ପୂର୍ବରୁ ଜମି ଅନ୍ୟ ଲୋକଙ୍କ ନାମରେ । ଏ ହେଉଛନ୍ତି ଭଦ୍ରକ ଜିଲ୍ଲା କରଞ୍ଜମାଳ ମୌଜାର ଅଭିମନ୍ୟୁ ଦାସ । ବୟସ ୭୫ ଟପିଲା । ସରକାରଙ୍କ ଠାରୁ ପାଇଥିଲେ ଦୁଇ ଏକର ଜମି । ସେ ଜମି ଦଖଲରେ ଅଛନ୍ତି, ହେଲେ ନକଲି ଜମି ମାଲିକ ତାଙ୍କ ଜମିକୁ ବିକ୍ରି କରିଛନ୍ତି । ସେହିପରି କରଞ୍ଜମାଳର ବାଇଧର ମଳିକ। ଖଜଣା ବି ୨୦୨୦ ମସିହାର ଦେଇଛନ୍ତି ।

ତାଙ୍କ ଜମି ଗୌରାଙ୍ଗ ମୁଣ୍ଡାଙ୍କ ନାମରେ ଦଲିଲ ହୋଇଛି । ନକଲି ଜମି ମାଲିକକୁ ଠିଆ କରାଇ ସେଲ ଡିଡ୍ ହୋଇଛି । କେବଳ ଯେ ଭୂମିହୀନଙ୍କ ଜମି ହଡପ୍ ହୋଇଛି , ତାହା ନୁହେଁ । ବଡ ବଡ ଜମି ମାଲିକ ହାତରେ ଜମି ପଟ୍ଟା ଧରି ବୁଲୁଛନ୍ତି । ଚିରଞ୍ଜିବ ଇସି ବାହାର କରିବା ବେଳେ ଜମି ଦୁର୍ନିତି ପଦାକୁ ଆସିଥିଲା । ଦଲାଲଙ୍କ ଆଖି ନିରିହ ଲୋକମାନଙ୍କ ଜମିବାଡିର ଉପରେ। ୧୯୭୪ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କରଞ୍ଜମାଳ ମୌଜାର ୬୩ ଜଣ ହରିଜନ ଭୂମିହୀନଙ୍କୁ ୧ ଶହ ୨୩ ଏକର ୫୦ ଡିସମିଲ୍ ଜମିବାଡିର ପଟ୍ଟା ୧୬୧ ନମ୍ବର ଖାତାରୁ ପ୍ରଦାନ କରିଥିଲେ ।

ଜମି ମାଲିକ ଜମି ବିକ୍ରି କରିନଥିବା ବେଳେ ନକଲି ଜମି ମାଲିକ ଦର୍ଶାଇ ଜଣେ ଦଲାଲ ସବୁ ଜମି ବିକ୍ରି କରିବାରେ ସଫଳ ହୋଇଛନ୍ତି । କେବଳ ଏହି ୧୨୩ ଏକର ନୁହେଁ, ଧାମରା ବନ୍ଦର ଆଖପାଖରେ ଏମିତି ତିନି ଶହ ଏକରରୁ ଊଦ୍ଧ୍ୱର୍ ଜମି ମାଲିକଙ୍କ ଅଗୋଚରେ ବିକ୍ରି ହୋଇଯାଇଛି । ଅରିକୁଆ ଧାମରା ଏନର୍ଜି ପ୍ରାଇଭେଟ ଲିମିଟେଡ ପରି କମ୍ପାନୀକୁ ୩ ବର୍ଷ ପାଇଁ ୭ ଏକର ଜମିକୁ ୧୨ କୋଟି ୧୦ ଲକ୍ଷ ଟଙ୍କାର ଲିଜ୍ ପ୍ରଦାନ କରାଯାଇଛି । ପୁଣି ପ୍ରକୃତ ମାଲିକଙ୍କ ଅଗୋଚରରେ ।

ପୂର୍ବରୁ ୬୩ ଜଣ ଭୂମିହୀନ ଦଳିତ ହରିଜନ ପରିବାରଙ୍କ ପକ୍ଷରୁ ତହସିଲଦାରଙ୍କ ଠାରୁ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କୁ ଦଳିତ ହରିଜନ ଓ ଆଦିବସୀଙ୍କ ପରିବାର ଭେଟି ଲିଖିତ ଅଭିଯୋଗ କରିଛନ୍ତି । ବାଂଶଡା ଥାନାର ୩୪ ଜଣ ଏତାଲା ଦେଇଛନ୍ତି । ଅଭିଯୁକ୍ତ ଜମି ଦଲାଲ ଓ ଦୁର୍ନୀତି ଗ୍ରସ୍ତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ