Masthead

ବିଜେଡି ହାତରୁ ଖସିଯାଇପାରେ ରେଢାଖୋଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଢାଖୋଲ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଧାନସଭା ଆସନ । ଏହା ବିଜେଡିର ଗଡ଼ । ବିଜୁ ଜନତା ଦଳ ଯେଉଁ ଦିନ ଠାରୁ ନିର୍ବାଚନ ଲଢି ଆସୁଛି ସେହି ଦିନ ଠାରୁ ରେଢାଖୋଲକୁ କବ୍ଚା କରିଛି । ଦୀର୍ଘ ସାତୋଟି ବିଧାନସଭା ନିର୍ବାଚନରେ ବିଜେଡି ବାଜିମାତ କରି ଆସୁଛି । ଚଳିତ ନିର୍ବାଚନରେ ମଧ୍ୟ ଏହି ରେଢାଖୋଲ ଆସନରୁ ସେହି ଶଙ୍ଖ ଚିହ୍ନରେ ବିଜୟୀ ହୋଇଛନ୍ତି ବିଜେଡିର ଭେଟେରାନ ଲିଡର ପ୍ରସନ୍ନ ଆଚାର୍ଯ୍ୟ । ଏବେ ସେ ବିରୋଧୀ ଦଳ ଉପନେତା । ପ୍ରସନ୍ନ ଜିତିଛନ୍ତି ସତ ହେଲେ ତାଙ୍କ ଦଳ କ୍ଷମତାରୁ ବାହାରି ଯାଇଛି । ଏହାରି ଭିତରେ ଗୋଟି ପେର ଗୋଟିଏ ନେତା ଶଙ୍ଖ ଶିବରକୁ ବାଏ ବାଏ ମଧ୍ୟ କରି ଅନ୍ୟ ଦଳକୁ ଯାଉଛନ୍ତି । ରେଢାଖୋଲ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ।

ଏଠି ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଆଉ ବୋଧେ ଭରସା କରିପାରିନାହାନ୍ତି ତାଙ୍କ ବିଜେଡିର ସାଥି । ଯେଉଁ କାରଣ ପାଇଁ ସେମାନେ ବିଜେପିରେ ମିଶିଛନ୍ତି । ବିଜେଡି ନେତା ବିଜେପିରେ ମିଶିବା ଜାଣି ସମ୍ବଲପୁରରେ ଆୟୋଜିତ ହୋଇଥିଲା ଏକ ମିଶ୍ରଣ ପର୍ବ । ଯେଉଁଥିରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ସତମୁଖ ହୋଇ ଧରିଥିଲେ ପଦ୍ମ । ବିଜେଡିରୁ ବିଜେପି ଆସିଥିବା ମଧ୍ୟରେ ଥିଲେ ୨୨ ଜଣ ସରପଂଚ, ୨ ଜଣ ସମିତିସଭ୍ୟ, ୩ ଜଣ ନାଏବ ସରପଂଚ, ଓ ଜଣେ ବ୍ଲକ ସଭାପତି । ଏମାନଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ କଂଗ୍ରେସ ସମର୍ଥିତ ଥିବା ଆଉ ସମସ୍ତେ ଥିଲେ ବିଜେଡିର । ଯେଉଁମାନେ ଚଳିତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟକୁ ସମର୍ଥନ କରୁଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯେ ଏମିତି କ’ଣ ହେଲା ଯେ ଏତେ ମାତ୍ରାରେ ବିଜେଡି ନେତା ବିଜେପିରେ ମିଶିଲେ । ଯଦି ଏଭଳି ଚାଲେ ତାହେଲେ ବିଜେଡିର ଗଡ଼ ଯେଉଁ ରେଢାଖୋଲକୁ କୁହାଯାଉଛି ଆଗାମୀ ଦିନରେ ତାହା ଶଙ୍କ ପାଇଁ ବିପଦ ହୋଇପାରେ । ସେପଟେ ବିଜେପି ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଯଦି ଗ୍ରାଉଣ୍ଡ ନେତା ସରପଂଚ, ସମିତି ସଭ୍ୟ ବିଜେପିରେ ମିଶିଛନ୍ତି ତାହେଲେ ବିଜେପି ପାଇଁ ଏମାନେ ସଞ୍ଜିବନୀ ହେବେ ଏତôରେ ସନେ୍ଦହ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା