Masthead

ମାଓବାଦୀଙ୍କୁ ଡ୍ରୋନରେ ଆକ୍ରମଣ

ବିଜାପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଏପ୍ରିଲ ୩ରେ ମାଓବାଦୀଙ୍କ ଆକ୍ରମଣରେ ୨୨ ଯବାନ ଶହୀଦ ହେବା ପରେ ପୋଲିସ ପକ୍ଷରୁ ମାଓଦମନ ଅଭିଯାନକୁ ତୀବ୍ର କରାଯାଇଛି । ମାଓବାଦୀଙ୍କ ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ପ୍ରେସନୋଟ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି ଏପ୍ରିଲ ୩ ତାରିଖରେ ଜନଆନ୍ଦୋଳନକୁ ଦବେଇବାକୁ ଆସିଥିବା ପୋଲିସ ୧୯ ତାରିଖରେ ଆକାଶମାର୍ଗରୁ ଡ୍ରୋନ ମାଧ୍ୟମରେ ୧୨ ଟି ବୋମା ପକାଇଥିଲା ।

ସ୍ଥାନ ତୁରନ୍ତ ବଦଳେଇବାରୁ ବଞ୍ଚିଯାଇଥିଲେ ମାଓବାଦୀ । ବିଜାପୁର ଜିଲ୍ଲା ପାମେଡ ଥାନା ବୋତ୍ତାଲଙ୍କା ଓ ପାଲ୍ଲାଗୋଡେମ ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଏକାଠି ହୋଇଥିବା ସ୍ଥାନରେ ଡ୍ରୋନ ମାଧ୍ୟମରେ ବୋମା ପକାଯାଇଥିଲା । ମାଓବାଦୀଙ୍କ କହିବା କଥା ହେଉଛି ନକ୍ସଲମାନେ ଜନ ଆନ୍ଦୋଳନ କରୁଛନ୍ତି । ବସ୍ତର ଆଇଜି ଏ ଘଟଣାକୁ ସମ୍ପୂର୍ଣ୍ଣ ମନଗଢା ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ