Masthead

ମୁମ୍ବାଇ ପୋଲିସଙ୍କୁ କେତନଙ୍କ ସହଯୋଗ

ମୁମ୍ବାଇ (ବଡ ଖବର ବ୍ୟୁରୋ): ବଢି ବଢି ଚାଲିଛି କରୋନା ସଂକ୍ରମଣ । କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟରେ କଡା କଡି ହେଉଛି କଟକଣା । କରୋନାର ଏହି ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ସରକାର ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି । ଏହି ଘଡିସନ୍ଧି ମୁହୁର୍ତ୍ତରେ ମହାରାଷ୍ଟ୍ର ପୋଲିସକୁ ସାହାଯ୍ୟର ହାତ ବଢାଇଛନ୍ତି କେତନ ରାୱଲ । କେତନ ହେଉଛନ୍ତି ଭ୍ୟାନିଟି ଭ୍ୟାନର ମାଲିକ । ତାଙ୍କ କହିବା ଅନୁଶାରେ ମହାମାରୀର ମୁକାବିଲା ପାଇଁ ଠାଣେ ପୋଲିସ କମିଶନର ସହାୟତା ଲୋଡିଛନ୍ତି ।ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ପୋଲିସ ସେବାକୁ ୧୦ ଭ୍ୟାନିଟି ଭ୍ୟାନ ଦେଇଛୁ ।

କୋଭିଡ ସମୟରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ତାଙ୍କ ଭ୍ୟାନ ବ୍ୟବହାର କରିବେ । ଏହି ଭ୍ୟାନ୍ ଗୁଡିକରେ ରଣବୀର ସିଂଙ୍କ ଫିଲ୍ମ ସର୍କସ୍, ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନର ଭ୍ୟାନ୍ ମଧ୍ୟ ରହିଛି । ଏହା ବ୍ୟତୀତ ମୁମ୍ବାଇ ପୋଲିସର ସେବାରେ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ଏବଂ ଫିଲ୍ମ ରକ୍ଷାବନ୍ଧନର ସେଟ୍ ମଧ୍ୟ ଦିଆଯାଇଛି । ଗତ ବର୍ଷ ମଧ୍ୟ ମହିଳା ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା ,

ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ପୋଷାକ ବଦଳାଇବାରେ କରୁଥିଲେ । କେତନ୍ ଆହୁରି ମଧ୍ୟ କହିଛନ୍ତି, ‘ସମଗ୍ର ରାଜ୍ୟ ଅନଲକ୍ ହୋଇଗଲେ ଭ୍ୟାନିଟି ଭ୍ୟାନ୍ ସାନିଟାଇଜ୍ ହେବ ଏବଂ ବଲିଉଡ ସେଲିବ୍ରେଟମାନେ ଏହାକୁ ପୁଣି ଥରେ ବ୍ୟବହାର କରିପାରିବେ । ମୋର ଅନେକ ଭ୍ୟାନ୍ ଅଛି ଯାହା ମୁମ୍ବାଇ ପୋଲିସର ସେବାରେ ନିୟୋଜିତ ଅଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ଘଟୋ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଥିଲା । କିନ୍ତୁ ବର୍ତ୍ତମାନ ହସ୍ପିଟାଲରେ ଅକ୍ସିଜେନ ଆସି ପହଞ୍ଚି ଥିବାର ସୂଚନା ମିଳିଛି । ଯାହାକୁ ନେଇ ହସ୍ପିଟାଲ ପରିସରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ