Masthead

ପ୍ରଭାବଶାଳୀ କୋଭିସିଲ୍ଡ ଓ କୋଭାକ୍ସିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୫୩ ଲକ୍ଷ ୯ହଜାର ୭୯୪ ଲୋକଙ୍କୁ ଦିଆଯାଇଛି ଟିକା । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ଗୁରୁବାର ୧୦ ଲକ୍ଷ ୨ ହଜାର ୪୦୭ ଲୋକଙ୍କୁ ଟିକା ଦିଆଯାଇଛି । ଗୁରୁବାର କେନ୍ଦ୍ରରେ ଚାଲିଛି ଟିକାକରଣ । ଟିକାଦର ଧାର୍ଯ୍ୟ କରିବାକୁ ଉତ୍ପାଦନକାରୀ କମ୍ପାନୀଙ୍କୁ କ୍ଷମତା ଦେଇଛି କେନ୍ଦ୍ର । ଘରୋଇ ହସ୍ପିଟାଲରେ ଯାହା ଟିକାକରଣ ଚାଳିଛି ତାହା କେନ୍ଦ୍ର ଦେଉଛି ।

ମେ ୧ରୁ ଆଉ କେନ୍ଦ୍ର ଦେବନାହିଁ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ଘରୋଇ ହସ୍ପିଟାଲ ଔଷଧ କମ୍ପାନୀଠାରୁ ସିଧା କିଣିବେ । ସେ ଆହୁରୀ କହିଛନ୍ତି, ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରଭାବଶାଳୀ ବୋଲି ଆମେ ଭାବୁଛୁ । ମେ ୧୮ ରୁ ସାବାଳକଙ୍କ ଟୀକାକରଣ ହେବ । ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସର ୪୨ ପ୍ରତିଶତ ଲୋକ ଅଛନ୍ତି । ତେଣୁ ରାଜ୍ୟରେ ଟିକା କେନ୍ଦ୍ର ବଢାଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ