Masthead

ଖଇନି ମେରି ଜାନ

(ବଡ଼ ଖବର ବ୍ୟୁରୋ): ସବୁଆଡ଼େ କରୋନା ଅଣାୟତ । ମହାମାରୀ ପାଇଁ ଦେଶ ଅଣନିଶ୍ୱାସୀ । ପ୍ରତିଦିନ ସଂକ୍ରମଣ ସଂଖ୍ୟା ଅଢ଼େଇ ଲକ୍ଷ ପାର କରୁଛି । କରୋନା ରୋଗୀଙ୍କ ପାଇଁ ବି ସ୍ୱତନ୍ତ୍ର ନିୟମାବଳୀ ରହିଛି । କ’ଣ ଖାଇବା ଉଚିତ କ’ଣ ନଖାଇବା ଉଚିତ । ଏସବୁର ଲମ୍ବା ଚିଠା ରହିଛି । ମହାମାରୀରୁ ବର୍ତ୍ତିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । କିଛି ଅମାନିଆ ଏପରି ସ୍ଥଳରେ ବି ଛାଡ଼ି ପାରୁନାହାନ୍ତି ନିଜ ବଦଅଭ୍ୟାସ । ଦିଲ୍ଲୀରେ ଅଣାୟତ କରୋନା । ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ ସରିବାକୁ ବସିଛି ଅକ୍ସିଜେନ୍ । ଦେଶ ଅଣନିଶ୍ୱାସୀ ।

ପ୍ରତିଦିନ ସଂକ୍ରମଣର ମାତ୍ରା ବି ବଢ଼ୁଛି । ରୋଗୀଙ୍କ ଚିନ୍ତା କରି ବହୁ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଉଛନ୍ତି। ପରିସ୍ଥିତିକୁ ନଜରରେ ରଖି ବହୁ ରାଜ୍ୟରେ ଲକଡାଉନ ଓ ସଟଡାଉନ ବି ଘୋଷଣା କରାଯାଇଛି । ଆଉ କରୋନାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଏପରି ସ୍ଥିତିରେ କରୋନା ରୋଗୀଙ୍କ ଖାଦ୍ୟକୁ ନେଇ ବି ସ୍ୱତନ୍ତ୍ର ନିୟମାବଳୀ ରହିଛି । କ’ଣ ଖାଇଲେ କରୋନାରୁ ମୁକ୍ତି ମିଳିବ, କିପରି ଆମେ କରୋନା ରୋଗୀଙ୍କ ଧ୍ୟାନ ନେବା । କ’ଣ ଖାଇଲେ ଓ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ, ଏପରି କି ବାହାରେ ନଖାଇ ଘରେ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ।

କିନ୍ତୁ ତଥାପି ବି କିଛି ଅମାନିଆ ରହିଛନ୍ତି ଯେଉଁମାନେ ଏସବୁକୁ ଉପହାସ ଭାବେ ନେଇ ନା ସତର୍କ ହେଉଛନ୍ତି ନା କାହାକୁ ସତର୍କ ହେବାର ପରାମର୍ଶ ଦେଉଛନ୍ତି । ଏବେ କରୋନା ସଂକ୍ରମିତ ଥାଇ ମଧ୍ୟ କିଛି ରୋଗୀ ଏପରି କରୁଥିବା ନଜରକୁ ଆସିଛି । କରୋନା ସଂକ୍ରମଣ ସହ ଜଡ଼ିତ କିଛି ଜଡ଼ିତ କିଛି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଡାକ୍ତରଖାନାରେ ଜଣେ ରୋଗୀ ଭେଣ୍ଟିଲେଟରରେ ରହିଛନ୍ତି । ଜୀବନ ମୃତ୍ୟୁ ସହ କିପରି ସଂଘର୍ଷ ମଧ୍ୟ କରୁଛନ୍ତି । କରୋନାରେ ଆକ୍ରାନ୍ତ କାରଣରୁ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭୋଗୁଛନ୍ତି । ଏଥିପାଇଁ ତାଙ୍କୁ ଅମ୍ଳଜାନ ଦିଆଯାଇଛି । କେତେ କଷ୍ଟ ଭୋଗୁଛନ୍ତି ରୋଗୀ ଜଣକ । କଷ୍ଟରେ ଥିବା ସମୟରେ ବି ଏକ ଅଦ୍ଭୁତ କାର୍ଯ୍ୟ କରୁଛନ୍ତି । କିନ୍ତୁ ରୋଗୀଜଣଙ୍କ ହାତରେ ତମ୍ବାକୁ ମଳୁଛନ୍ତି । ଅମ୍ଳଜାନ ନେଉଥିଲେ ମଧ୍ୟ କିପରି ତମାଖୁ ନିଶା ଛାଡ଼ି ପାରୁନାହାନ୍ତି ।

କରୋନା ସମୟରେ ଏହି ସବୁ ନିଶା ଦ୍ରବ୍ୟ ଖାଇବା ସମ୍ପୂର୍ଣ୍ଣ ମନା । କିନ୍ତୁ ଅମାନିଆ ହୋଇ ବ୍ୟକ୍ତି ଜଣକ ତମ୍ବାକୁ ଖାଇବାରେ ଲାଗିଛନ୍ତି । ରୋଗୀଙ୍କ ଏହି କାର୍ଯ୍ୟକୁ ଦେଖି ଡାକ୍ତର ଓ ନର୍ସ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ନିଜ ଜୀବନ ବାଜିରେ ଲଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ପରିବାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହୁଛନ୍ତି । ତଥାପି ଏମାନେ ସେମାନଙ୍କ ପରିଶ୍ରମକୁ ବିଫଳ କରିବାରେ ଲାଗିଛନ୍ତି । ଭିଡିଓଟି ଜଣେ ଭାରତୀୟ ସେବା ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଆଉ କ୍ୟାପ୍ସନ୍ ଲେଖିଛନ୍ତି ଛୋଡ଼େଙ୍ଗେ ନା ତେରା ସାଥ ମର୍ତେ ଦମ୍ ତକ୍ । ଏହାକୁ ଏବେ ହଜାରରୁ ଅଧିକ ଥର ଦେଖା ସରିଲାଣି । ବହୁ ଲୋକ ଏହି ରୋଗୀଙ୍କୁ ସମାଲୋଚନା କରିବା ସହ ଅନେକ ହସରେ ଉଡାଇ ଦେଇଛନ୍ତି । ଆଉ କିଛି ୟୁଜର୍ ଲେଖିଛନ୍ତି ଖଇନି ମେରି ଜାନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା