ସଟଡାଉନରେ ଗଡୁଛି ମୋ ବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ସାରା ରାଜ୍ୟରେ ଲାଗୁହୋଇଛି ସପ୍ତାହନନ୍ତ ସଟଡାଉନ । କରୋନା ଚେନରେ ବ୍ରେକ୍ ଦେବା ପାଇଁ ଶନି, ରବି ଦୁଇ ଦିନ ରାଜ୍ୟର ସମସ୍ତ ସହରରେ କରାଯାଇଛି ସଟଡାଉନ । ତେବେ ଏହି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବାକୁ ବନ୍ଦ ରଖାଯାଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଜରୁରୀସେବାରେ ନିୟୋଜିତ ହୋଇଛି ମୋ ବସ ।

କଟକ-ଖୋର୍ଦ୍ଧା ରୁଟ୍ ପାଇଁ ୬ଟି ବସ ଚାଲୁଥିବା ବେଳେ ଏମ୍ସ ରୁଟରେ ମଧ୍ୟ ବସ ଚଳାଚଳ କରୁଛି । ସେହପରି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର, ରସୁଲଗଡ ରୁଟରେ ମଧ୍ୟ ମୋ ବସ ସେବା ଜାରି ରହିଛି । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନରୁ ରବୀନ୍ଦ୍ର ମଣ୍ଡପ, ଆଚାର୍ଯ୍ୟ ବିହାର, କଳିଙ୍ଗ ହସ୍ପିଟାଲ, କିଟ୍ ଦେଇ ଗଡୁଛି ମୋ ବସ । ରାଜଧାନୀରେ ସଟଡାଉନକୁ କଡାକଡି ଭାବେ ପାଳନ କରାଯାଉଛି । ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୨୦ ପ୍ଲାଟୁନ ଫୋର୍ସ ସହ ୧୫୦ ପୋଲିସ ଅଧିକାରୀ ସହରରେ ପଇଁତରା ମାରୁଛନ୍ତି । ୩୫ଟି ପିସିଆର ଭ୍ୟାନ ୨୦ ମୋବାଇଲ ପିସିଆର ଭ୍ୟାନକୁ ନିୟୋଜିତ କରାଯାଇଛି । ଏଥିସହିତ ଷଷ୍ଠ ଓ ସପ୍ତମ ବ୍ୟାଟଲିଆନର କମାଣ୍ଡୋମାନଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଲୋକଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ । ବିନା କାରଣରେ ଲୋକେ ବାହାରକୁ ନ ବାହରନ୍ତୁ ବୋଲି ଅନୁରୋଧ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ