Masthead

ଶ୍ରୀମନ୍ଦିର ବନ୍ଦ, ମିଳିବ ମହାପ୍ରସାଦ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ସୋମବାର ଠାରୁ ବନ୍ଦ ରହିବ ଠାକୁରଙ୍କ ସାଧାରଣ ଦର୍ଶନ । ମହାପ୍ରଭୁଙ୍କର ଦୈନନ୍ଦିନ ସେବାପୂଜା ପାଇଁ କେବଳ ସେବକ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ମିଳିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ଏହି ସମୟରେ ଭକ୍ତମାନେ ମହାପ୍ରସାଦ ପାଇ ପାରିବେ । ସୁଆର ମହାସୁଆର ସେବକଙ୍କୁ ବରାଦ ଦେଇ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ମଗାଇ ପାରିବେ ।

ମହାପ୍ରସାଦ କିଣିବା ପାଇଁ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ସୁଆର ମହାସୁଆର ନିଯୋଗ ପକ୍ଷରୁ ଉତ୍ତର ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ସମ୍ମୁଖରେ ଲୋକଙ୍କ ଠାରୁ ମହାପ୍ରସାଦ ବରାଦ ନିଆଯାଇ ଚିରକୁଟି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରୀମନ୍ଦିର ଆନନ୍ଦ ବଜାରରୁ ମହାପ୍ରସାଦ ଅଣାଯାଇ ମନ୍ଦିର ବାହାରେ ଯୋଗାଇ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ