Masthead

ଋତୁସ୍ରାବ ପୂର୍ବରୁ କିମ୍ବା ପରେ ମହିଳାମାନେ ଭାକ୍ସିନ ନେଇପାରିବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଚିନ୍ତାରେ ଦେଶବାସୀ । କରୋନା କବଳରୁ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏହା ମଧ୍ୟରେ ବି ହସ୍ପିଟାଲରୁ ଅସହାୟତାର ଦୃଶ୍ୟ ଦେଖିବାକୁ ମିଳୁଛି । ଦିଲ୍ଲୀର ସରୋଜା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୦୦ ରୋଗୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ଓ କର୍ମଚାରୀମାନେ ନିରୂପାୟ ହୋଇ ଭଗବାନଙ୍କୁ ପାର୍ଥନା କରିବା ସମସ୍ତଙ୍କୁ ଚକିତ କରିଛି ।

ଏହା ମଧ୍ୟରେ ବି ଟିକାକରଣ ପ୍ରକ୍ରିୟା ଜାରି ରହିଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କରାନା ଯୋଦ୍ଧା ପରେ ୬୦ ବର୍ଷରୁ ଅଧିକ ଲୋକେ ଏବଂ ପରେ ୪୫ ବର୍ଷରୁ ଅଧିକ ଲୋକେ ଟିକା ନେଉଥିଲେ । ମେ ୧ ରୁ ସମସ୍ତ ୧୮ ବର୍ଷରୁ ଅଧିକ ପିଲାମାନେ ଟିକା ନେବା ପାଇଁ ଘୋଷଣା କରାଯାଇଛି । ସେପଟେ ମହିଳାମାନେ ମଧ୍ୟ ଋତୁସ୍ରାବବେଳେ କରୋନା ଟିକା ନେଇପାରିବେ ।

ଏହି ସମୟରେ ମହିଳାଙ୍କ ରୋଗ ପ୍ରତିଶୋଧକ କ୍ଷମତା କମ ଥିବାରୁ ସେମାନେ ଋତୁସ୍ରାବର ୫ ଦିନ ପୂର୍ବରୁ କିମ୍ବା ୫ ଦିନ ପରେ ଭାକ୍ସିନ ନେଇପାରିବେନି ବୋଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ମାଧ୍ୟରେ ପ୍ରସାରିତ ହେଉଛି । ଏଭଳି ମଥ୍ୟା ପୋଷ୍ଟକୁ ବିଶ୍ୱାସ ନକରିବାକୁ ପିଆଇବି ପକ୍ଷରୁ ଟ୍ୱିଟ କରାଯାଇଛି । ଋତୁସ୍ରାବ ଟିକାର ପ୍ରଭାବକୁ ହ୍ରାସ କରିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ