Masthead

ପୁଣି ଚମକିଲେ ଓଡିଆ ଝିଅ

କୋରାପୁଟ(ବଡ ଖବର ବ୍ୟୁରୋ): କୋଟପାଡ଼ ମିଶିନ କମ୍ପାଉଣ୍ଡ ନିବାସୀ ଆଚାର୍ୟ୍ୟ ମୃତୁଞ୍ଜୟ ରୋଟି ତଥା ବିଭାସିନୀ ଦ୍ରାକ୍ଷାଳତାଙ୍କ କନ୍ୟା ସୁଶ୍ରୀ ନେନ୍ସି ରାଣୀ | ନିଜ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ଇଛାଶକ୍ତି ଯୋଗୁଁ ରାଷ୍ଟ୍ରୀୟ ସ୍ତରରେ ସୌନ୍ଦର୍ୟ୍ୟମୟ ପ୍ରତିଯୋଗିତାରେ ୮୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସନ ଡ୍ରିମ୍ସ ମିସ ଇଣ୍ଡିଆ “ ମିସ ସେଲଫ ଡ୍ରିଭେନ” ଟାଇଟେଲରେ ବିଜୟୀ ହୋଇ କୋରାପୁଟ ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି | ଆଦିବାସୀ ଅଧ୍ୟୁଷିତ ଅଂଚଳ ଓ ଭିତିଭୂମି ଅଭାବ ସତ୍ୱେ ମଧ୍ୟ ଏଠାକାର କନ୍ୟା ସନ୍ତାନ ନିଜ ପରିଶ୍ରମ ଓ ନିଜ ମାଟି ପାଇଁ କିଛି କରିବାର ଜିଜ୍ଞାସା ବାରମ୍ବାର ପଦକ ପାଇ ଗୌରବାନ୍ୱିତ କରାଉଛନ୍ତି ଏହି ମାଟିକୁ |

ଏକ ମାଧ୍ୟମିକ ପରିବାର ରେ ଜନ୍ମ ନେଇଥିଲେ ବି ତାଙ୍କ ସ୍ୱପ୍ନକୁ କେବେ ଭୁଲିନଥିଲେ | ସେ ଜାଣିଥିଲେ ତାଙ୍କ ପରିଶ୍ରମ କେବେ ବ୍ୟର୍ଥ ଯିବନି | ନେନ୍ସି ପିଲା ଦିନରୁ ହିଁ ଆକ୍ଟିଙ୍ଗ ଏବଂ ଡାନ୍ସ ପ୍ରତି ଦୁର୍ବଳତା ରହିଥିଲା | ପ୍ରଥମେ ନେନ୍ସି ଙ୍କ ବାପା ନିଜ ଝିଅକୁ ଏହି କ୍ଷେତ୍ରରେ ଛାଡିବାକୁ ପସନ୍ଦ କରୁନଥିଲେ କିନ୍ତୁ ଝିଅଙ୍କ କଠିନ ପରିଶ୍ରମ ଓ ଇଛା ଶକ୍ତି ଆଗରେ ହ|ର ମାନିଥିଲେ ବାପା | ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟସ୍ତରରେ ସେ ଅଂଶଗ୍ରହଣ କରି ନିଜର ପ୍ରତିଭାକୁ ଲୋକଙ୍କ ସାମ୍ନାରେ ଆଣିଥିଲେ | ୨୦୧୭ରେ ନେନ୍ସି ମିସ୍ କଳିଙ୍ଗରେ ଅଂଶଗ୍ରହଣ କରିଥିଲେ |

ଆଗକୁ ନେନ୍ସି ବଲିଉଡ ଏବଂ ଟଲିଉଡରେ ନିଜର ପ୍ରତିଭା ଦେଖେଇବା ପାଇଁ ସପ୍ନ ରଖିଛନ୍ତି | ତା ସହ ମିସନ ଡ୍ରିମ୍ସ ମିସ ଇଣ୍ଡିଆ “ ମିସ ସେଲଫ ଡ୍ରିଭେନ” ଟାଇଟେଲରେ କୋଟପାଡ଼ ର ଆଦିବାସୀ ପାରମ୍ପରିକ ହସ୍ତତନ୍ତ ଲୁଗାକୁ ରିପ୍ରେଜେଣ୍ଟ କରି କୋରାପୁଟ ତଥା କୋଟପାଡ଼ର ନା କୁ ଗୌରବାନ୍ୱିତ କରିଛନ୍ତି ନେନ୍ସି | ନେନ୍ସି  ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ଏହି ସ୍ଥାନରେ ଅଛନ୍ତି | ତାଙ୍କ ସପ୍ନ ସାକାର ହେବା ସହ ତାଙ୍କ ଭବିଷ୍ୟତ ଉଜ୍ୱଳ ହେଉ ଏହା ହିଁ ଆମ କାମନା |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର