Masthead

ମାସ୍କର ସ୍ଥାନ ନେଇଛି ଗ୍ରୀନହାଉସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା କବଳରୁ ୟୁରୋପ ମହାଦେଶ ବାଦ ପଡିନାହିଁ । ଏହି ମହାଦେଶର ବିଭିନ୍ନ ରାଜ୍ୟର ସରକାରମାନେ କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଛନ୍ତି । ସାମାଜିକ ସମ୍ପର୍କକୁ ସୀମିତ ରଖିବା ସହ ମାକ୍ସ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଲୋକମାନେ ଘରେ ଓ ବାହାରେ ମାକ୍ସ ପରିଧାନ କରୁଥିବା ବେଳେ ବେଲଜିୟମର କଳାକାର ତଥା ସାମାଜିକ କର୍ମୀ ଆଲେନ୍ ଭର୍ଚୁରେନ୍ ରାଜଧାନୀ ବ୍ରୁସେଲ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ ମାକ୍ସ ପରିଧାନ ନ କରି ଅଦୃଶ୍ୟ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ମାକ୍ସ କାନ୍ଧରେ ଧରି ବୁଲୁଛନ୍ତି । ଏହା ଏକ ମିନି ଗ୍ରୀନହାଉସ୍ । ତାହା ଭିତରେ ଅଛି ସୁଗନ୍ଧିତ ଉଦ୍ଭିଦ ଓ ବିଶୁଦ୍ଧ ବାୟୁ । ଦେଖନ୍ତୁ ଏହି ମିନି ଗ୍ରୀନ୍ ହାଉସ୍ । ଭଲ ଭାବେ ଦେଖନ୍ତୁ । କେତେ ମୁଲାୟମ ହୋଇ ଆଲେନ୍ ଏହାକୁ କାନ୍ଧରେ ଧରି ରାଜଧାନୀ ରାସ୍ତାରେ ବୁଲୁଛନ୍ତି ।

୬୧ ବର୍ଷିୟ ଆଲେନ୍ ଏହାକୁ ୧୫ବର୍ଷ ପୂର୍ବେ ବିକଶିତ କରିଥିଲେ । କୋଭିଡ ଭୂତାଣୁରୁ ରକ୍ଷା ପାଇବା ପାଇଁ ଲୋକମାନେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ଆଲେନଙ୍କ ମିନି ଗ୍ରୀନହାଉସ୍ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଲେନ୍ କହିଛନ୍ତି, ସେ ଆଜମା ପେସେଣ୍ଟ । ମାକ୍ସ ପିନ୍ଧିଲେ ଅଣନିଶ୍ୱାସୀ ହୋଇଯଆନ୍ତି । ତେଣୁ ମିନି ଗ୍ରୀନ୍ ହାଉସର ସାହାରା ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ