Masthead

ମାସ୍କର ସ୍ଥାନ ନେଇଛି ଗ୍ରୀନହାଉସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା କବଳରୁ ୟୁରୋପ ମହାଦେଶ ବାଦ ପଡିନାହିଁ । ଏହି ମହାଦେଶର ବିଭିନ୍ନ ରାଜ୍ୟର ସରକାରମାନେ କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଛନ୍ତି । ସାମାଜିକ ସମ୍ପର୍କକୁ ସୀମିତ ରଖିବା ସହ ମାକ୍ସ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଲୋକମାନେ ଘରେ ଓ ବାହାରେ ମାକ୍ସ ପରିଧାନ କରୁଥିବା ବେଳେ ବେଲଜିୟମର କଳାକାର ତଥା ସାମାଜିକ କର୍ମୀ ଆଲେନ୍ ଭର୍ଚୁରେନ୍ ରାଜଧାନୀ ବ୍ରୁସେଲ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ ମାକ୍ସ ପରିଧାନ ନ କରି ଅଦୃଶ୍ୟ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ମାକ୍ସ କାନ୍ଧରେ ଧରି ବୁଲୁଛନ୍ତି । ଏହା ଏକ ମିନି ଗ୍ରୀନହାଉସ୍ । ତାହା ଭିତରେ ଅଛି ସୁଗନ୍ଧିତ ଉଦ୍ଭିଦ ଓ ବିଶୁଦ୍ଧ ବାୟୁ । ଦେଖନ୍ତୁ ଏହି ମିନି ଗ୍ରୀନ୍ ହାଉସ୍ । ଭଲ ଭାବେ ଦେଖନ୍ତୁ । କେତେ ମୁଲାୟମ ହୋଇ ଆଲେନ୍ ଏହାକୁ କାନ୍ଧରେ ଧରି ରାଜଧାନୀ ରାସ୍ତାରେ ବୁଲୁଛନ୍ତି ।

୬୧ ବର୍ଷିୟ ଆଲେନ୍ ଏହାକୁ ୧୫ବର୍ଷ ପୂର୍ବେ ବିକଶିତ କରିଥିଲେ । କୋଭିଡ ଭୂତାଣୁରୁ ରକ୍ଷା ପାଇବା ପାଇଁ ଲୋକମାନେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ଆଲେନଙ୍କ ମିନି ଗ୍ରୀନହାଉସ୍ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଲେନ୍ କହିଛନ୍ତି, ସେ ଆଜମା ପେସେଣ୍ଟ । ମାକ୍ସ ପିନ୍ଧିଲେ ଅଣନିଶ୍ୱାସୀ ହୋଇଯଆନ୍ତି । ତେଣୁ ମିନି ଗ୍ରୀନ୍ ହାଉସର ସାହାରା ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ