Masthead

ମୈଦଲପୁର ୩୦ ପର୍ଯ୍ୟନ୍ତ ସଟଡାଉନ

ନବରଙ୍ଗପୁର (ବଡ ଖବର ବ୍ୟୁରୋ): କରୋନାର ଦ୍ଵିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବରଙ୍ଗପୁର ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ପୁଣିଥରେ ଫେରିଛି ସରପଞ୍ଚମାନଙ୍କର ଜିଲ୍ଲାପାଳ କ୍ଷମତା | ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତରେ | ଦିନକୁ ଦିନ ମୈଦଲପୁର ଗ୍ରାମରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୈଦଲପୁର ପଞ୍ଚାୟତର ସରପଞ୍ଚ ଶୁଭଲକ୍ଷ୍ମୀ ପାଞ୍ଜିଆ, ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ମୈଦଲପୁର ଗ୍ରାମକୁ ଆସନ୍ତା କାଲି ସକାଳ ୬ଟାରୁ ଆସନ୍ତା ୩୦ତାରିଖ ସକାଳ ୬ଘଣ୍ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି |

ଏହି ସଟଡାଉନ ସମୟରେ କେବଳ ୨ଘଣ୍ଟା ପନିପରିବା ଦୋକାନ ସହ ଗ୍ରୋସରୀ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସରପଞ୍ଚ କହିଛନ୍ତି | ଅନ୍ୟପଟେ ଏହି ସଟଡାଉନ ସମୟରେ ମୈଦଲପୁର ଗ୍ରାମରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସମସ୍ତ ସେବା ବନ୍ଦ ରଖିବାକୁ ସରପଞ୍ଚ ନିର୍ଦେଶ ଦେଇଛନ୍ତି | ଯଦି କେହି ଏହାର ଖିଲାପ କରନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି | ମୈଦଳପୁର ପଂଚାୟତରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ଯୋଗୁ ମୈଦଳପୁରରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି |

ଜନସାଧାରଣଙ୍କୁ ବ୍ୟସ୍ତ ନହେବା ସହ ସବୁବେଳେ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି | ଏହି ସଟଡାଉନକୁ ସମସ୍ତେ ଯେପରି ପାଳନ କରିବେ ସେଥିପାଇଁ ଏକ ଵିଜ୍ଞାପନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି | ଏପଟେ କଳାହାଣ୍ଡି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ କରୋନା ଦ୍ରୁତ ଗତିରେ ବଡୁଥିବା ଯୋଗୁଁ ମୈଦଳପୁର ଏହାର ସୀମାକୁ ଲାଗି ରହିଥିବା ଯୋଗୁଁ କୌଣସି ପ୍ରବାସୀ ଶ୍ରମିକ ଯଦି ମୈଦଳପୁରରେ ପ୍ରବେଶ କରେ ସେ ଦୃଷ୍ଟିରୁ ମାସ୍କ ସହ ହେଲମେଟ ଚେକିଂକୁ କଡାକଡ଼ି କରୁଛି ମୈଦଲପୁର ପୋଲିସ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼