Masthead

ସ୍ନେହାଙ୍ଗିନୀ ପ୍ରସଙ୍ଗ: ରାଜ୍ୟକୁ ବୋକା ବନାଉଛି କି ବରଗଡ଼ ପୋଲିସ ?

ଅତାବିରା (ବଡ଼ ଖବର ବ୍ୟୁରୋ): ପ୍ରଥମେ କୋଭିଡ ନିୟମ ଭାଙ୍ଗିଲେ, ଏବେ କର୍ମୀଙ୍କ ନାଁରେ ଫାଇନ କଟାଇ ନିଜେ ଖସିଯିବାକୁ ବସିଛନ୍ତି କି ଅତାବିରା ବିଧାୟିକା ତଥା ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ? ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ବିଧାୟିକା ଓ ବରଗଡ ପୋଲିସ? ବିଧାୟିକାହ୍କ ସହ ଫାଇନ କାଟିଥିବା ପୋଲିସର ଭୂମିକା ଉପରେ ବି ଉଠିଛି ସନ୍ଦେହ । ସ୍ନେହାଙ୍ଗିନୀ ଛୁରିଆଙ୍କ କୋଭିଡ ନିୟମ ଉଲ୍ଲଂଘନ ଖବର ବଡ଼ ଖବରରେ ଲଗାତାର ପ୍ରସାରଣ ହେବା ପରେ ଭେଡେନ ପୋଲିସ ଏହି ଘଟଣାରେ ଜରିମାନା କାଟିଛି । ହେଲେ ଜରିମାନା ବିଧାୟିକାଙ୍କଠାରୁ ନୁହେଁ । କାର୍ଯ୍ୟକ୍ରମ ଆୟୋଜକ ଭାବେ ସଞ୍ଜୟ ଭୋଇ ଓ ମୋହନ ଦୋରାଙ୍କଠାରୁ ୨ ହଜାର ଲେଖାଏଁ ଫାଇନ କଟାଯାଇଛି । ପ୍ରଶ୍ନ ଉଠୁଛି, ତାହେଲେ କଣ ବିଧାୟିକା କୌଣସି କୋଭିଡ ନିୟମ ଉଲ୍ଲଂଘନ କରିନାହାନ୍ତି ? ଆଇନ ସୁରକ୍ଷା ଦାୟିତ୍ୱରେ ଥିବା ବରଗଡପୋଲିସ ଏହି ଘଟଣାରେ କେଉଁ ଭୂମିକାରେ ରହିଛି ? ସ୍ନେହାଙ୍ଗିନୀ କୋଭିଡ ସମୟରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଶୋଭାଯାତ୍ରାରେ ସାମିଲ ହେଲେ । ଆଉ ତାଙ୍କ ଶୋଭାଯାତ୍ରା ସମୟରେ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ସ୍ନେହାଙ୍ଗିନୀଙ୍କ ଆଇନ ବେଆଇନ କାର୍ଯ୍ୟକୁ ଅଟକାଇବା ତ ଦୂରର କଥା ଓଲଟା ସୁରକ୍ଷା ଦେବାର ଦୃଶ୍ୟ ବଡ଼ ଖବରର ଭିଜୁଆଲରେ କଏଦ ହୋଇଛି । ଏବେ ସ୍ନେହାଙ୍ଗିନୀଙ୍କୁ ଖସାଇହାକୁ ପୋଲିସର କାରନାମାକୁ ବି ଦେଖୁଛନ୍ତି ରାଜ୍ୟବାସୀ । ଭକ୍ଟକ୍ସରଆଲରେ ସ୍ପଷ୍ଟ ଦିଶୁଛି ଏହି ଶୋଭାଯାତ୍ରାରେ ସ୍ନେହାଙ୍ଗିନୀ ଥିଲେ । ତାହେଲେ ସ୍ନେହାଙ୍ଗିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ତାହା ହିଁ ସବୁଠୁ ବଡ ପ୍ରଶ୍ନ । ବିଜେଡିର ୨ ତଲିଆ କର୍ମଚାରୀଙ୍କ ପାଇନ କାଟି ସ୍ନେହାଙ୍ଗିନୀଙ୍କୁ କ୍ଲିନଚିଟ ଦେଇ ଭେଡେନ ପୋଲିସ କଣ ରାଜ୍ୟବାସୀଙ୍କୁ ବୋକା ଭାବୁଛି କି ଏ ପ୍ରଶ୍ନ ପଚାରିବାକୁ ଚାହୁଁଛି ବଡ ଖବର । ଅନ୍ୟପକ୍ଷରେ, ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁରେ ଭେଡେନ ଥାନାରେ କଂଗ୍ରେସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି । ସ୍ନେହାଙ୍ଗିନୀଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ