Masthead

ନେତା ହରାଉଛନ୍ତି ନୈତିକତା: ବ୍ୟୋମକେଶ ବି ଅମାନିଆ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ନେତା ଭୁଲି ଯାଉଛନ୍ତି ନୈତିକତା । କୋଭିଡର ସଂକଟ କାଳରେ ଆମ ନେତାଙ୍କୁ ଘାରିଛି ଶକ୍ତି ପ୍ରଦର୍ଶନ ନିଶା । ଆଇନକାନୁନକୁ ମୋଡି ମକଚି ଦେଉଛନ୍ତି ମନ୍ତ୍ରୀ, ବିଧାୟକ । ସ୍ନେହାଙ୍ଗିନୀ, ବିକ୍ରମ ଆରୁଖଙ୍କ ପରେ ବିଜେଡିର ଆଉ ଏକ ବିଧାୟକ ବ୍ୟୋମକେଶ ରାୟ । କୋଭିଡ ନିୟମର ଉଲ୍ଲଂଘନ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ରବିବାର ତିହିଡି ବ୍ଲକର ବାରସର ପଂଚାୟତରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ମିଶ୍ରଣ ପର୍ବ । ଏଥିରେ ନିଜେ ବ୍ୟୋମକେଶ ଉପସ୍ଥିତ ଥିଲେ । ଶହ ଶହ ଲୋକଙ୍କୁ ଏକାଠି କରାଯାଇଥିଲା । ସାମାଜିକ ଦୂରତା ଭୁଲି ବୟସ୍କ, ଶିଶୁ, ମହିଳା ସମସ୍ତଙ୍କୁ ସାମିଲ କରାଯାଇଥିଲା । ଏଭଳି ସଭାସମିତି ଉପରେ କଟକଣା ଲାଗିଛି, ନିଜେ ମୁଖ୍ୟମନ୍ତ୍ରୀ ହାତଯୋଡି କୋଭିଡ ନିୟମ ମାନିବାକୁ ଅନୁରୋଧ କରୁଛନ୍ତି, କିନ୍ତୁ ତାଙ୍କରି ଦଳର ନେତାଙ୍କ ଆଚରଣ ଦେଖନ୍ତୁ । କିଭଳି ଖୁଲମଖୁଲ୍ଲା ସଭା, ସମାବେଶ କରାଯାଉଛି । କୋଭିଡର ଶୋକ ସମୟରେ ବାବୁ ବ୍ୟୋମକେଶଙ୍କ ମିଶ୍ରଣ ପର୍ବ ଚାଲିଛି । ପ୍ରଶାସନ ବି ଏହା ଉପରେ ରୋକ୍ ଲଗାଉ ନାହିଁ । ପ୍ରଶ୍ନ ଉଠୁଛି, କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଏହି ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ନା ଏ ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ? ଶାସକ ଦଳର ସଦସ୍ୟମାନେ କ’ଉ ଆଇନରୁ ଉପରେ? ମୁଖ୍ୟମନ୍ତ୍ରୀ କ’ଣ ନିଜ ଦଳର ନେତାଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇପାରିବେ ନାହିଁ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ