Masthead

ସ୍ନେହାଙ୍ଗିନୀ ପ୍ରସଙ୍ଗ: ରାଜ୍ୟକୁ ବୋକା ବନାଉଛି କି ବରଗଡ଼ ପୋଲିସ ?

ଅତାବିରା (ବଡ଼ ଖବର ବ୍ୟୁରୋ): ପ୍ରଥମେ କୋଭିଡ ନିୟମ ଭାଙ୍ଗିଲେ, ଏବେ କର୍ମୀଙ୍କ ନାଁରେ ଫାଇନ କଟାଇ ନିଜେ ଖସିଯିବାକୁ ବସିଛନ୍ତି କି ଅତାବିରା ବିଧାୟିକା ତଥା ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ? ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ବିଧାୟିକା ଓ ବରଗଡ ପୋଲିସ? ବିଧାୟିକାହ୍କ ସହ ଫାଇନ କାଟିଥିବା ପୋଲିସର ଭୂମିକା ଉପରେ ବି ଉଠିଛି ସନ୍ଦେହ । ସ୍ନେହାଙ୍ଗିନୀ ଛୁରିଆଙ୍କ କୋଭିଡ ନିୟମ ଉଲ୍ଲଂଘନ ଖବର ବଡ଼ ଖବରରେ ଲଗାତାର ପ୍ରସାରଣ ହେବା ପରେ ଭେଡେନ ପୋଲିସ ଏହି ଘଟଣାରେ ଜରିମାନା କାଟିଛି । ହେଲେ ଜରିମାନା ବିଧାୟିକାଙ୍କଠାରୁ ନୁହେଁ । କାର୍ଯ୍ୟକ୍ରମ ଆୟୋଜକ ଭାବେ ସଞ୍ଜୟ ଭୋଇ ଓ ମୋହନ ଦୋରାଙ୍କଠାରୁ ୨ ହଜାର ଲେଖାଏଁ ଫାଇନ କଟାଯାଇଛି । ପ୍ରଶ୍ନ ଉଠୁଛି, ତାହେଲେ କଣ ବିଧାୟିକା କୌଣସି କୋଭିଡ ନିୟମ ଉଲ୍ଲଂଘନ କରିନାହାନ୍ତି ? ଆଇନ ସୁରକ୍ଷା ଦାୟିତ୍ୱରେ ଥିବା ବରଗଡପୋଲିସ ଏହି ଘଟଣାରେ କେଉଁ ଭୂମିକାରେ ରହିଛି ? ସ୍ନେହାଙ୍ଗିନୀ କୋଭିଡ ସମୟରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଶୋଭାଯାତ୍ରାରେ ସାମିଲ ହେଲେ । ଆଉ ତାଙ୍କ ଶୋଭାଯାତ୍ରା ସମୟରେ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ସ୍ନେହାଙ୍ଗିନୀଙ୍କ ଆଇନ ବେଆଇନ କାର୍ଯ୍ୟକୁ ଅଟକାଇବା ତ ଦୂରର କଥା ଓଲଟା ସୁରକ୍ଷା ଦେବାର ଦୃଶ୍ୟ ବଡ଼ ଖବରର ଭିଜୁଆଲରେ କଏଦ ହୋଇଛି । ଏବେ ସ୍ନେହାଙ୍ଗିନୀଙ୍କୁ ଖସାଇହାକୁ ପୋଲିସର କାରନାମାକୁ ବି ଦେଖୁଛନ୍ତି ରାଜ୍ୟବାସୀ । ଭକ୍ଟକ୍ସରଆଲରେ ସ୍ପଷ୍ଟ ଦିଶୁଛି ଏହି ଶୋଭାଯାତ୍ରାରେ ସ୍ନେହାଙ୍ଗିନୀ ଥିଲେ । ତାହେଲେ ସ୍ନେହାଙ୍ଗିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ତାହା ହିଁ ସବୁଠୁ ବଡ ପ୍ରଶ୍ନ । ବିଜେଡିର ୨ ତଲିଆ କର୍ମଚାରୀଙ୍କ ପାଇନ କାଟି ସ୍ନେହାଙ୍ଗିନୀଙ୍କୁ କ୍ଲିନଚିଟ ଦେଇ ଭେଡେନ ପୋଲିସ କଣ ରାଜ୍ୟବାସୀଙ୍କୁ ବୋକା ଭାବୁଛି କି ଏ ପ୍ରଶ୍ନ ପଚାରିବାକୁ ଚାହୁଁଛି ବଡ ଖବର । ଅନ୍ୟପକ୍ଷରେ, ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁରେ ଭେଡେନ ଥାନାରେ କଂଗ୍ରେସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି । ସ୍ନେହାଙ୍ଗିନୀଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ