Masthead

ଚାଷୀ ସ୍ୱାର୍ଥ ବିରୋଧି ବିଲ୍‌କୁ କଠୋର ସମାଲୋଚନା କଲେ ଦିଗ୍‌ବିଜୟ

ଉଭୟ ବିଜେଡ଼ି ଓ ବିଜେପି ଚାଷୀ ଓ ଶ୍ରମିକ ବିରୋଧି

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍‌କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀ ଦିଗ୍‌ବିଜୟ ସିଂହ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କଟୁ ସମାଲୋଚନା କରିଥିଲେ । ଚାଷୀଙ୍କୁ ତାଙ୍କର ନ୍ୟାଯ୍ୟ ହକ୍ ଦେବା ପାଇଁ କଂଗ୍ରେସ ସବୁବେଳେ କାର୍ଯ୍ୟ କରିଆସୁଛି । କଂଗ୍ରେସ ସବୁବେଳେ ଜାତିରଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଧାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀ ସର୍ବପ୍ରଥମେ କଷ୍ଟ୍ ସପୋର୍ଟ ପ୍ରାଇସ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ମିନିମମ୍ ସପୋର୍ଟ ପ୍ରାଇସ୍ (ସର୍ବନିମ୍ନ ସହାୟକ ମୂଲ୍ୟ) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିଲା । କିନ୍ତୁ ୨୦୧୪ ମସିହା ପରଠାରୁ କେନ୍ଦ୍ରରେ ମୋଦି ସରକାର କ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଆଜିର ଚାଷୀ ସ୍ୱାର୍ଥ ବିରୋଧି ଆଇନ୍‌କୁ ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ୱାହି ଦେଇ କିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶୟ ଦିଆଯାଇନଥିଲା । ଉତ୍ପାଦନ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ସବ୍‌ସିଡ୍ ନଦେବା ପାଇଁ ଡଞଙ ରେ ଥିବା ବ୍ୟବସ୍ଥାକୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେ ଗ୍ରହଣ କରିନଥିଲେ । ବର୍ତମାନର ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନ ମିଳିବା ସ୍ଥଳେ ବ୍ୟବସାୟୀ ବା ଖରିଦ୍‌ଦାରଙ୍କ ବିରୁଦ୍ଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଏହି ଆଇନ୍‌ର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାରୀ ଜାହିର କରିବାର ସୁଯୋଗ ପାଇବେ । ଘରୋଇ କମ୍ପାନୀଗୁଡିକ ନିଜେ ମଣ୍ଡି ଖୋଲିବାର ସୁଯୋଗ ପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣ ନରହିବା ହେତୁ ଚାଷୀ ଶୋଷଣର ଶିକାର ହେବେ । ଚୁକ୍ତିଭିତିକ ଚାଷରେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀମାନଙ୍କ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ପ୍ରତାରଣାର ଶିକାର ହୋଇଥିବା ଚାଷୀଟି କମ୍ପାନୀ ବିରୁଦ୍ଧରେ ସିଧାସଳଖ ନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ । ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରହିଛି । ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ପଡିବ । କୃଷି ଏକ ରାଜ୍ୟଭିତିକ ବିଷୟ ହୋଇଥିବା ହେତୁ ଏ ପ୍ରାବଧାନ ଫଳରେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ପୂର୍ବରୁ ଥିବା ଏପିଏମ୍‌ସି ଆକ୍ଟ ବା ମଣ୍ଡି ଆଇନ୍ ବର୍ତମାନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ଚାଷୀକୂଳର ସର୍ବନାଶ କରିବ ।
ଅତ୍ୟାବଶ୍ୟକୀୟ ଆଇନ୍‌ର ସଂଶୋଧନ ଫଳରେ ବେଆଇନ୍ ମହଜୁଦକାରୀଙ୍କ ବିରୁଦ୍ଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ, ତାହାର ପ୍ରମୁଖ କାରଣ ହେଉଛି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମ୍ରଗୀକୁ ମହଜୁଦ କରି ରଖିବାର ନିର୍ଦ୍ଧାରିତ ସୀମା ରହିଲା ନାହିଁ । ପରୋକ୍ଷରେ ଏହା କଳାବଜାରୀ ଏବଂ ବେଆଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିବ । ଆଜି ମଧ୍ୟ ଦେଶର ୭୦ଭାଗ କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀ ତାଙ୍କର ଉତ୍ପାଦିତ ଶସ୍ୟକୁ ମଣ୍ଡି ବାହାରେ କମ ମୂଲ୍ୟରେ ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଶ୍ରୀଯୁକ୍ତ ସିଂହ ଚାଷୀ ବିଲ୍‌କୁ ଲୋକସଭାରେ ବିଜେଡିର ସମର୍ଥନ ନେଇ କଟୁ ସମାଲୋଚନା କରି କହିଥିଲେ ଯେ ଉଭୟ ବିଜେପି ଓ ବିଜେଡି ଭିତରେ ଗୁପ୍ତ ବୁଝାମଣା ରହିଛି ଏବଂ ଦୁଇଟି ଯାକ ଦଳ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧି ।
ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହି ବିଲ୍‌କୁ ଚାଷୀ ସ୍ୱାର୍ଥ ବିରୋଧ ଦର୍ଶାଇ ଥିଲେ । ସେ ଉଦାହରଣ ଦେଇ କହିଥିଲେ ଯେ ମାନ୍ୟବର ଓଡିଶା ହାଇକୋର୍ଟ କେସ୍ ନଂ ୩୭୨୧/୨୦୦୨ ରେ ପ୍ରଦତ ରାୟ ଅନୁସାରେ ଚାଷୀମାନେ ମିଲ୍ ମାଲିକମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କଥାକୁ ଗ୍ରହଣ କରିଥିଲେ ଏବଂ ଏଫ୍‌ସିଆଇକୁ ସିଧାସଳଖ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ ପରାମର୍ଶ ଦେଇଥିଲେ । ଏଭଳି ନିଷ୍ପତି ବିରୁଦ୍ଧରେ ଓଡିଶାର ବିଜେଡି ସରକାର ଓ ତତ୍‌କାଳିନ ଏନ୍‌ଡିଏ ସରକାର ସୁପ୍ରିମ୍‌କୋର୍ଟକୁ ଯାଇଥିଲେ । କିନ୍ତୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଏଭଳି ଚାଷୀ ସ୍ୱାର୍ଥ ବିରୋଧି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିନଥିଲେ । ମଣ୍ଡି ବ୍ୟବସ୍ଥା ଅନୁସାରେ ଚାଷୀ ନିଜର ଉତ୍ପାଦିତ ଶସ୍ୟକୁ ମଣ୍ଡିରେ ବିକିବା ସହିତ ବାହାରେ ମଧ୍ୟ ବିକ୍ରୀ କରିପାରିବ । କିନ୍ତୁ ମୋଦି ସରକାର ସଂପୂର୍ଣ୍ଣ ଭାବରେ ମିଥ୍ୟା ତଥ୍ୟ ପ୍ରଦାନ କରି କହୁଛନ୍ତି ଯେ ପୂର୍ବରୁ ଚାଷୀ ନିଜର ଶସ୍ୟକୁ ମଣ୍ଡି ବାହାରେ ବିକ୍ରି କରିପାରିବାର ବ୍ୟବସ୍ଥା ନଥିଲା । ତେଣୁ ଉଭୟ ବିଜେଡି ଓ ବିଜେପି ଚାଷୀ ସ୍ୱାର୍ଥ ବିରୋଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ…