Masthead

ବାହାଘରରେ କଲେକ୍ଟରଙ୍କ କାଣ୍ଡ: ବ୍ରାହ୍ମଣଙ୍କୁ ଚାପୁଡା, ଧାଇଁଲେ କନିଆଁ

ଅଗରତାଲା (ବଡ଼ ଖବର ବ୍ୟୁରୋ): କରୋନା ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ଗାଇଡ ଲାଇନ ପାଳନ କରାଯାଇଛି । ମାତ୍ର କିଛି ଅମାନିଆ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । କରୋନା ଗାଇଡ୍ ଲାଇନ୍ ଭାଙ୍ଗି ବିବାହ ଉତ୍ସବରେ ଅଧିକ ଲୋକେ ଯୋଗଦେଇ ପ୍ରଶାସନର ରୋଶର ଶିକାର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଅଗରତାଲାରେ । ଏକ ବିବାହ ଉତ୍ସବରେ ଅଧିକ ଲୋକ ଉପସ୍ଥିତ ଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଭୋଜିଭାତର ଆସର । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସହ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ବ୍ୟାଣ୍ଡ ପାର୍ଟିକୁ ବାହାର କରିଦେଇଥିଲେ । ବିବାହ କରିବାକୁ ଆସିଥିବା ପଣ୍ଡିତଙ୍କୁ ମାଡ଼ମାରି ଘଉଡାଇବା ସହିତ ଅନୁମତିପତ୍ରକୁ ଚିରି ଫିଙ୍ଗି ଦେଇଥିଲେ । ପରେ ବିବାହ ମଣ୍ଡପକୁ ସିଲ କରିଦେଇଥିଲେ ଜିଲ୍ଲାପାଳ । ସ୍ଥାନୀୟ ବିଜେପି ବିଧାୟକ ସୁଶାନ୍ତ ଚୌଧୁରୀ କହିଛନ୍ତି ଜିଲ୍ଲାପାଳ ଯାହା କହିଛନ୍ତି ଠିକ କରିନାହାନ୍ତି । ଜଣେ ୭୦ ବର୍ଷ ବୟସ୍କ ପଣ୍ଡିତଙ୍କୁ ମାରିବା ଅଶୋଭନୀୟ କାମ ବୋଲି ସେ କହିଛନ୍ତି । ବିଧାୟକଙ୍କ ପ୍ରତିକ୍ରିୟା ପରେ ଜିଲ୍ଲାପାଳ ମଧ୍ୟ କ୍ଷମା ମାଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି