Masthead

ବାହାଘରରେ କଲେକ୍ଟରଙ୍କ କାଣ୍ଡ: ବ୍ରାହ୍ମଣଙ୍କୁ ଚାପୁଡା, ଧାଇଁଲେ କନିଆଁ

ଅଗରତାଲା (ବଡ଼ ଖବର ବ୍ୟୁରୋ): କରୋନା ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ଗାଇଡ ଲାଇନ ପାଳନ କରାଯାଇଛି । ମାତ୍ର କିଛି ଅମାନିଆ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । କରୋନା ଗାଇଡ୍ ଲାଇନ୍ ଭାଙ୍ଗି ବିବାହ ଉତ୍ସବରେ ଅଧିକ ଲୋକେ ଯୋଗଦେଇ ପ୍ରଶାସନର ରୋଶର ଶିକାର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଅଗରତାଲାରେ । ଏକ ବିବାହ ଉତ୍ସବରେ ଅଧିକ ଲୋକ ଉପସ୍ଥିତ ଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଭୋଜିଭାତର ଆସର । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସହ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ବ୍ୟାଣ୍ଡ ପାର୍ଟିକୁ ବାହାର କରିଦେଇଥିଲେ । ବିବାହ କରିବାକୁ ଆସିଥିବା ପଣ୍ଡିତଙ୍କୁ ମାଡ଼ମାରି ଘଉଡାଇବା ସହିତ ଅନୁମତିପତ୍ରକୁ ଚିରି ଫିଙ୍ଗି ଦେଇଥିଲେ । ପରେ ବିବାହ ମଣ୍ଡପକୁ ସିଲ କରିଦେଇଥିଲେ ଜିଲ୍ଲାପାଳ । ସ୍ଥାନୀୟ ବିଜେପି ବିଧାୟକ ସୁଶାନ୍ତ ଚୌଧୁରୀ କହିଛନ୍ତି ଜିଲ୍ଲାପାଳ ଯାହା କହିଛନ୍ତି ଠିକ କରିନାହାନ୍ତି । ଜଣେ ୭୦ ବର୍ଷ ବୟସ୍କ ପଣ୍ଡିତଙ୍କୁ ମାରିବା ଅଶୋଭନୀୟ କାମ ବୋଲି ସେ କହିଛନ୍ତି । ବିଧାୟକଙ୍କ ପ୍ରତିକ୍ରିୟା ପରେ ଜିଲ୍ଲାପାଳ ମଧ୍ୟ କ୍ଷମା ମାଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ