Masthead

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ସରିବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ । ଆଜି ସକାଳୁ ପଶ୍ଚିମବଙ୍ଗ ବିଧାନସଭାର ୩୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ଼ ନିୟମକୁ ପାଳନ କରି ଭୋଟ ଦେବାକୁ ନରେନ୍ଦ୍ର ମୋଦି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ।

ଆଜିର ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର କୋଲକାତାର କାଶିପୁର-ବେଲଗାଛିଆ ସ୍ଥିତ ଏକ ଉଚ୍ଛଦାନ କେନ୍ଦ୍ରରେ ଅଭିନେତା ତଥା ମିଥୁନ ଚକ୍ରବର୍ତ୍ତୀ ଭୋଟ୍ ଦେଇଛନ୍ତି । ଏହାସହିତ ସେ କହିଛନ୍ତି, ପୂର୍ବରୁ ମୁଁ ଏମିତି କେବେ ଶାନ୍ତିରେ ଭୋଟ୍ ଦେଇନଥିଲି । ସମସ୍ତ ନିରାପତ୍ତା କର୍ମଚାରୀଙ୍କୁ ଅଭିନନ୍ଦନ । ମାଲଦା, ମୁର୍ଶିଦାବାଦ, ବୀରଭୁମ ଏବଂ କୋଲକାତା ଅଂଚଳର ଏହି ଆସନ ଗୁଡ଼ିକରୁ ପ୍ରତିଦ୍ୱନ୍ଦିତା କରୁଥିବା ସମୁଦାୟ ୨୮୩ ଜଣଙ୍କ ମଧ୍ୟରୁ ୩୫ ଜଣ ମହିଳା ରହିଛନ୍ତି ।

ଏଥିରେ ମାଲଦାର ୬ଟି, ମୁର୍ଶିଦାବାଦ ଓ ବୀରଭୁମିରେ ୧୧ଟି ଲେଖାଏଁ ଓ କୋଲକାତାର ୭ଟି ଆସନ ଅର୍ନ୍ତଭୁକ୍ତ । ଏଥିପାଇଁ ୧୧ ହଜାର ୮୬୦ଟି ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲାଯାଇଛି । ଅନ୍ୟପଟେ ଆଜି ସନ୍ଧ୍ୟା ପରେ ଏକଜିଟି ପୋଲ ଫଳାଫଳ ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି