Masthead

ସବୁ କଲେଜ ଓ ବିଶ୍ଵବିଦ୍ୟାଳୟ ପରୀକ୍ଷା ସ୍ଥଗିତ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟ ବଢିବା ପରେ ବଡ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳର ପାଠପଢା, ଅଫଲାଇନ ପରୀକ୍ଷା, ପ୍ରାକ୍ଟିକାଲ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିଭାଗ । ସୋମବାର ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କଲେଜର ପ୍ରିନ୍ସପାଲ ଓ ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତା ସୋମବାର ଠାରୁ ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟରେ ପରୀକ୍ଷା ଓ ପାଠପଢା ସ୍ଥଗିତ ରହିବ । ଏଥି ସହିତ ୧୯ ତାରିଖରୁ ହଷ୍ଟେଲ ଖାଲି କରିବା ପାଇଁ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ କୁହାଯାଇଛି ।

ତେବେ ପାଠପଢା ଠିକ ସମୟରେ ସାରିବା ପାଇଁ ଅଧ୍ୟାପକମାନେ ଅନଲାଇନ କ୍ଲାସ କରି ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କଲେଜ ଓ ବିଶ୍ଵବିଦ୍ୟାଳୟର ଏକାଡେମିକ କାମ ଚାଲୁ ରହିବ । ତେବେ ଏହି ନିର୍ଦ୍ଦେଶନାମା ମେଡିକାଲ କଲେଜଗୁଡିକ ପାଇଁ ଲାଗୁ ହେବ ନାହିଁ ।
ଦିନକୁ ଦିନ ବଢୁଥିବା କୋଭିଡ ମାମଲାକୁ ଦେଖି ସରକରା ଏଭଳି ନିଷ୍ଡତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ସହ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରିକ୍ଷାକୁ ସ୍ଥଗିତ ରଖିବା ପଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସମସ୍ତ ବିଶ୍ଵବିଦ୍ୟାଳୟ ଓ କଲେଜରେ ପରିକ୍ଷା ଓ ପାଠପଢାକୁ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା