Masthead

ଆଖିବୁଜିଲେ ସରୋବଜୀ..

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ତଥା ପଦ୍ମବିଭୂଷଣ ସୋଲି ଜେହାଙ୍ଗୀର ସୋରାବଜୀ । ଆଜି ସକାଳେ ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ସୋରାବଜୀଙ୍କୁ ୯୧ବର୍ଷ ବୟସ ହୋଇଥିଲା । ୧୯୫୩ରେ ବମ୍ବେ ହାଇକୋର୍ଟରେ ସୋଲି ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୭୧ରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଆଡ଼ଭୋକେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେ ଦେଶର ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ।

୧୯୮୯ରୁ ୯୦ ଓ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ବାକ୍ ସ୍ୱାଧୀନତା ଓ ମାନବିକ ଅଧିକାର ପାଇର୍ ତାଙ୍କୁ ୨୦୦୨ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗ ଖବର ପାଇ ଶୀର୍ଷ କୋର୍ଟର ପ୍ରଧାନ ବିଚାରପତି ଏନ୍ଭି ରମଣା କହିଛନ୍ତି, ସୋଲି ଅତ୍ୟନ୍ତ ଦାୟିତ୍ୱବାନ ଭାବେ ଦୁଇ ଦୁଇଥର ଦେଶର ଆଟର୍ଣ୍ଣି ଜେନେରାଲ ପଦକୁ ସୂଚାରୁ ରୂପେ ନିର୍ବାହ କରିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା