Masthead

ଦିଲ୍ଲୀରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ଆପ ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀରେ ଅସମ୍ଭାଳ ହେଉଛି ସ୍ଥିତି । କେଉଁଠି ଅକ୍ସିଜେନ ମିଳୁନି ତ ଆଉ କେଉଁଠି ବେଡ । ଲୋକେମାନେ ନାହିଁ ନଥିବା ଅସୁବିଧା ହେଉଥିବାବେଳେ ହସ୍ପିଟାଲ ବାହାରେ ରୋଗୀଙ୍କୁ ଧରି ବସୁଛନ୍ତି । ମୃତ୍ୟୁ କଥା ତ ନକହିବା ଭଲ । ମଶାଣିରୁ ନିଆଁ ଲିଭୁ ନାହିଁ । ଶବମାନଙ୍କ ଲମ୍ବା ଧାଡ଼ି ଲାଗୁଛି । ମହାମାରୀ ସହ ଲଢିବାରେ ବିଫଳ ହୋଇଛି ଦିଲ୍ଲୀ ସରକାର । ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। କିନ୍ତୁ ଶାସକ ଦଳର ବିଧାୟକ ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି।

ଆଉ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ଆପ୍ ବିଧାୟକ ଶାଏବ ଇକବାଲ କହିଛନ୍ତି, ଦିଲ୍ଲୀରେ କରୋନା ସାଂଘାତିକ ରୂପ ନେଉଛି। ହେଲେ ଦିଲ୍ଲୀରେ କିଛି ଏ ବାବଦରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଦିଲ୍ଲୀରେ ବେଡ୍, ଅକ୍ସିଜେନ ଏବଂ ଔଷଧ ନାହିଁ। ଏଭଳି ସ୍ଥିତିରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର। ଟାଇମ୍ସ ନାଓକୁ ପ୍ରତିକ୍ରିୟା ଦେବାହେଳେ ଇକବାଲ ଏହା କହିଛନ୍ତି। ଦିଲ୍ଲୀରେ ସରକାର କେବଳ କାଗଜ କଲମରେ ଚାଲିଛି।

ସେ ଛଅ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଆଉ ସବୁଠାରୁ ବରିଷ୍ଠ ବିଧାୟକ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ତେଣୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ସେ କହିଛନ୍ତି। କିଛି ଦିନ ପୁର୍ବରୁ କଂଗ୍ରେସ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଥିଲା । ଅନୀଲ କୁମାର ଅଭିଯୋଗ କରଥିଲେ ଯେ, ଏଭଳି ସ୍ବାସ୍ଥ୍ୟ ବିପତ୍ତି ସମୟରେ ରାଜ୍ୟ ସରକାର ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି । ଏଥିପାଇଁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା