Masthead

ଦିନ ଦୁଇଟା ପରେ ବନ୍ଦ ରହିବ ରାଜ୍ୟର ସମସ୍ତ ଦୋକାନ ବଜାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନ ଦୁଇଟା ପରେ ଖୋଲିବନି ରାଜ୍ୟର କୌଣସି ବ୍ୟବସାୟିକ ପ୍ରତିଷ୍ଠାନ । ବଢ଼ୁଥିବା ମହାମାରୀକୁ ଦୃଷ୍ଟିରେ ରଖି ଶୁକ୍ରବାର ଏପରି ଘୋଷଣା କରିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା । ମହାସଂଘ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେବେ ମେ ୨ରୁ ୧୫ ତାରିଖ ଯାଏ ଦିନ ଦୁଇଟା ପରେ ବନ୍ଦ ରହିବ ରାଜ୍ୟର ସମସ୍ତ ଦୋକାନ ବଜାର । ତେବେ ପ୍ରଥମେ କଟକରେ ଦିନ ଦୁଇଟା ପରଠୁ ଦୋକାନ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଉ ଶୁକ୍ରବାର ସାରା ରାଜ୍ୟରେ ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ସମ୍ପୂର୍ଣ୍ଣ ଯାଜପୁର ଜିଲ୍ଲାରେ ଲାଗିବାକୁ ଯାଉଛି ସପ୍ତାହନ୍ତ ସଟଡାଉନ । ଆଗରୁ ଜାଜପୁର ଜିଲ୍ଲା ସହରାଞ୍ଚଳରେ ସଟ୍ଡାଉନ୍ ଲାଗୁଥିବା ବେଳେ ଏବେ ଗ୍ରାମାଞ୍ଚଳରେ ବି ଲାଗୁ ହେବ କଟକଣା ।

ମହାମାରୀର ସଂକ୍ରମଣକୁ ଦେଖି କୋରାପୁଟରେ ମଧ୍ୟ ଆଜିଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରାଯାଇଛି । ସେପଟେ ବ୍ୟବସାୟୀଙ୍କ ଅନୁରୋଧ କ୍ରମେ ନୟାଗଡ଼ ଜିଲ୍ଲାପାଳ ଦଶପଲ୍ଲା ବଜାରକୁ ଦିନ ଦୁଇଟା ପରଠାରୁ ବନ୍ଦ ଘୋଷଣା କରିଛନ୍ତି । ସବୁଆଡ଼େ ମହାମାରୀର ଭୟବହତା । ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ନ୍ୟାୟାଳୟରେ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି ।

ସେପଟେ ମାନବାଧିକାର କମିଶନ କାର୍ଯ୍ୟାଳୟକୁ ମଧ୍ୟ ମହାମାରୀ ପାଇଁ ବନ୍ଦ କରାଯାଇଛି । ତେବେ ଦରକାର ପଡ଼ିଲେ କର୍ମଚାରୀମାନେ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଅନୁମତି ବିନା ହେଡକ୍ୱାର୍ଟର ଛାଡ଼ି କୁଆଡ଼େ ଯାଇପାରିବେନି । ଜରୁରି କେସ୍ ଅଭିଯୋଗ ଗୁଡ଼ିକ ଇମେଲ ମାଧ୍ୟମରେ ପଠାଇ ହେବ । ଆଉ ଅଧିକ ଜରୁରୀ ଥିଲେ ମାମଲା ଗୁଡ଼ିକ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରାଯିବ । କରୋନାର ଭୟାବତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନକୁ ସହଯୋଗ କଲେ କରୋନା ଚେନ୍ ଭାଙ୍ଗିବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼