Masthead

ରାଜ୍ୟମାନଙ୍କୁ ୮୮୭୩ କୋଟି ଆଗୁଆ କିସ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଙ୍କଟ ମୁକାବିଲା । ରାଜ୍ୟ ମାନଙ୍କ ପାଇଁ ଆଗୁଆ ଘୋଷଣା ହେଲା ପାଣ୍ଠି । କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ଆଜି ରିଲିଜ କରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ କରି କରୋନା ସଂକ୍ରମଣ ୪ଲକ୍ଷ ଟପିବା ପରେ ଏହି ପାଣ୍ଠି ରିଲିଜ କରିଛନ୍ତି ସରକାର । ଏନେଇ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଜୁନ ମାସରେ ମିଳୁଥିବା ପ୍ରଥମ କିସ୍ତିକୁ ସରକାର ଆଗୁଆ ରାଜ୍ୟ ମାନଙ୍କ ପାଇଁ ରିଲିଜ କରିଛନ୍ତି । ୮,୮୭୩ କୋଟି ଟଙ୍କାର ଅଧା ୪,୪୩୬ କୋଟି ଟଙ୍କା କୋଭିଡ଼-୧୯ କଣ୍ଟେନମେଣ୍ଟ ପଦକ୍ଷେପରେ ବ୍ୟବହାର କରିପାରିବେ ସମସ୍ତ ରାଜ୍ୟ ।

ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଆଗୁଆ ଏହି ପାଣ୍ଠି ରିଲିଜ କରାଯାଇଛି । ଅର୍ଥ କମିଶନଙ୍କ ସୁପାରିସ ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ କିସ୍ତି ସାଧାରଣତଃ ଜୁନ ମାସରେ ଏହି ପାଣ୍ଠି ରିଲିଜ କରାଯାଏ । କିନ୍ତୁ ଦେଶର ପ୍ରତ୍ୟେକ ରାଜ୍ୟ ଏବେ ମହାମାରୀକୁ ମୁକାବିଲା କରୁଥିବାରୁ ବିଧିଗତ ବ୍ୟବହାରିକ ପ୍ରମାଣପତ୍ରକୁ ଅପେକ୍ଷା ନକରି ଏହି ଅର୍ଥରାଲି ରିଲିଜ କରାଯାିଛି । କରୋନା ସଙ୍କଟ ପାଇଁ ହସ୍ପିଟାଲରେ ଦେଖା ଦେଉଥିବା ପ୍ରତ୍ୟେକ ଅସୁବିଧା କ୍ଷେତ୍ରରେ ରାଜ୍ୟମାନେ ଏହି ପାଣ୍ଠିର ଉପଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି