Masthead

ସକାଳ ୮ରୁ ଆରମ୍ଭ ଭୋଟ ଗଣତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ଏବଂ ପୁଡ୍ଡୁଚେରୀରେ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିମନ୍ତେ ହୋଇଥିଲା ନିର୍ବାଚନ । ଫଳାଫଳକୁ ରାଜନୈତିକ ଦଳମାନେ ଅପେକ୍ଷା କରିଥିବାବେଳେ କଡ଼ା ସୁରକ୍ଷା ଓ କୋଭିଡ଼ କଟକଣା ମଧ୍ୟରେ ଚାଲିଛି ଭୋଟ ଗଣତି । ତେବେ ୪ଟି ଲୋକସଭା ଆସନ ଓ ବିଭିନ୍ନ ରାଜ୍ୟରେ କରାଯାଇଥିବା ୧୨ଟି ବିଧାନସଭା ଉପନିର୍ବାଚନ ଆସନରେ ମଧ୍ୟ ହେଉଛି ଗଣତି କରାଯାଉଛି ।

ଆଜି ଦିନକ ମଧ୍ୟରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ସ୍ପଷ୍ଟ ହେବ । ତେବେ ଏ ସମସ୍ତ ଭୋଟ ରାଜ୍ୟ ଅପେକ୍ଷା ପଶ୍ଚିମବଙ୍ଗର ସାଧାରଣ ନିର୍ବାଚନ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଠାରେ ଦୁଇ ହେବି ୱେଟ୍ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଆଗରୁ ଏକ୍ଜିଟ ପୋଲ ରେଜଲ୍ଟ ଆସିଥିବା ବେଳେ ଏହା ସତ ହେବ କି ନା ଆଜି ସ୍ପଷ୍ଟ ହେବ ।

ଅନ୍ୟପକ୍ଷେ ଆସାମରେ ପୂର୍ବଭଳି ବିଜେପି କ୍ଷମତାରେ ରହିବା ନେଇ ଏକଜିଟ୍ ପୋଲରେ ଆସିଥିବା ବେଳେ ଏହା କେତେ ଦୂର ସତ ହେବ ତାହା ଆଜି ଜଣାପଡ଼ିବ । କେରଳରେ କ୍ଷମତାଶୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିପାରିବେ କି ନା? ତାମିଲନାଡ଼ୁରେ ଡିଏମ୍କେ କ୍ଷମତାକୁ ଫେରିବ ବ? ଆସାମରେ ଏନଡିଏ ସରକାର ଗଢ଼ିବାରେ ସକ୍ଷମ ହେବ କି ନା? ଏ ତମାମ ପ୍ରଶ୍ନର ଉତ୍ତର ମିଳିପାରିବ ଆଜିର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ