Masthead

୪ବର୍ଷର ଝିଅକୁ ସାଥିରେ ନେଇ ଆତ୍ମହତ୍ୟା ଉଦ୍ୟମ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଘରୋଇ କଳହରୁ ଝିଅକୁ ଧରି ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ । ଉତ୍ତରପ୍ରଦେଶ ରାମପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ପାଇଁ ନିଜ ଝିଅକୁ ଧରି ଆତ୍ମହତ୍ୟା କରିବାକୁ ମୋବାଇଲ ଟାୱାର ଖୁଣ୍ଟରେ ଚଢ଼ିଲେ ସ୍ୱାମୀ । ରାମପୁରର ଟାନାଡ଼ାରେ ରହୁଥିବା ଅକିଲ ନାମକ ଜଣେ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି । କିଛି ଦିନ ଧରି ଅକିଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଅକିଲ ସନ୍ଦେହ କରୁଥିଲେ ଯେ, ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ରହିଛି ବୋଲି । ଏହି ଘଟଣାକୁ ନେଇ ସେ ବାରମ୍ବାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ତାଙ୍କ କଥା ଶୁଣିନଥିଲା ।

ଯେଉଁଥିରେ ମର୍ମାହତ ହୋଇ ଆଜି ନିଜ ଝିଅକୁ ଧରି ଏକ ମୋବାଇଲ ଟାୱାର ଉପରେ ସେ ଚଢ଼ିଯାଇଥିଲେ ଆତ୍ମହତ୍ୟା କରିବାକୁ । ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ସ୍ଥାନୀୟ ଅଧିକାରୀମାନେ ସେଠାରେ ଯାଇ ପହଞ୍ଚିଥିଲେ । ଆଉ ଅକିଲଙ୍କ ସମସ୍ତ ଦାବିକୁ ରଖିବାକୁ ପ୍ରତିଶ୍ରୁତି ଦେବା ପରେ ସେ ତଳକୁ ଓହ୍ଲାଇ ଆସିଥିଲେ । ନିଜ ଝିଅର ଜୀବନ ବିପଦରେ ପକାଇଥିବା କାରଣରୁ ପୋଲିସ ଏବେ ଅକିଲଙ୍କୁ ଗିରଫ କରିଛି । ପୋଲିସ କହିବାନୁସାରେ ଆଜି ସକାଳେ ଜଣେ ବ୍ୟକ୍ତି ନିଜ ଝିଅ ସହ ଟାୱାରରେ ଚଢ଼ି ଉପରୁ ଝିଅକୁ ଫିଙ୍ଗି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ ବୁଝାସୁଝା କରିବା ପରେ ସେ ଓହ୍ଲାଇ ଆସିଥିଲେ । ପରେ ଅକିଳଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପ୍ରେମିକଙ୍କୁ ଥାନାରେ ଅଟକ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’