Masthead

୪ବର୍ଷର ଝିଅକୁ ସାଥିରେ ନେଇ ଆତ୍ମହତ୍ୟା ଉଦ୍ୟମ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଘରୋଇ କଳହରୁ ଝିଅକୁ ଧରି ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ । ଉତ୍ତରପ୍ରଦେଶ ରାମପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ପାଇଁ ନିଜ ଝିଅକୁ ଧରି ଆତ୍ମହତ୍ୟା କରିବାକୁ ମୋବାଇଲ ଟାୱାର ଖୁଣ୍ଟରେ ଚଢ଼ିଲେ ସ୍ୱାମୀ । ରାମପୁରର ଟାନାଡ଼ାରେ ରହୁଥିବା ଅକିଲ ନାମକ ଜଣେ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି । କିଛି ଦିନ ଧରି ଅକିଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଅକିଲ ସନ୍ଦେହ କରୁଥିଲେ ଯେ, ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ରହିଛି ବୋଲି । ଏହି ଘଟଣାକୁ ନେଇ ସେ ବାରମ୍ବାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ତାଙ୍କ କଥା ଶୁଣିନଥିଲା ।

ଯେଉଁଥିରେ ମର୍ମାହତ ହୋଇ ଆଜି ନିଜ ଝିଅକୁ ଧରି ଏକ ମୋବାଇଲ ଟାୱାର ଉପରେ ସେ ଚଢ଼ିଯାଇଥିଲେ ଆତ୍ମହତ୍ୟା କରିବାକୁ । ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ସ୍ଥାନୀୟ ଅଧିକାରୀମାନେ ସେଠାରେ ଯାଇ ପହଞ୍ଚିଥିଲେ । ଆଉ ଅକିଲଙ୍କ ସମସ୍ତ ଦାବିକୁ ରଖିବାକୁ ପ୍ରତିଶ୍ରୁତି ଦେବା ପରେ ସେ ତଳକୁ ଓହ୍ଲାଇ ଆସିଥିଲେ । ନିଜ ଝିଅର ଜୀବନ ବିପଦରେ ପକାଇଥିବା କାରଣରୁ ପୋଲିସ ଏବେ ଅକିଲଙ୍କୁ ଗିରଫ କରିଛି । ପୋଲିସ କହିବାନୁସାରେ ଆଜି ସକାଳେ ଜଣେ ବ୍ୟକ୍ତି ନିଜ ଝିଅ ସହ ଟାୱାରରେ ଚଢ଼ି ଉପରୁ ଝିଅକୁ ଫିଙ୍ଗି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ ବୁଝାସୁଝା କରିବା ପରେ ସେ ଓହ୍ଲାଇ ଆସିଥିଲେ । ପରେ ଅକିଳଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପ୍ରେମିକଙ୍କୁ ଥାନାରେ ଅଟକ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ