Masthead

ଭାଗବତ ନନ୍ଦ ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଜଣେ ଜନପ୍ରିୟ ବିଶିଷ୍ଟ ସମାଜସେବୀ,ଗାନ୍ଧିବାଦୀ ନେତା ତଥା ବରିଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।ଗତ କିଛିଦିନ ଧରି ଯକୃତଜନିତ ରୋଗରେ ପୀଡିତ ହୋଇ ଚିକିତ୍ସତ ହେଉଥିବା ବେଳେ କାଲି ତାଙ୍କ ମୃତ୍ୟୁ ଖବର ପଶ୍ଚିମ ଓଡିଶା ସମେତ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।ସ୍ବର୍ଗତଃ ନନ୍ଦ ଜି ଏମ କଲେଜ ର ଛାତ୍ର ଥିବାବେଳେ ମୁଁ ବି ସେହି କଲେଜ ର ତାଙ୍କ ତଳ ବ୍ୟାଚ ର ଛାତ୍ର ହୋଇ ତାଙ୍କ ସହ ମିଶିବାର ସୁଯୋଗ ପାଇଥିଲି।ଆମେ ଏକାଠି ହଷ୍ଟେଲ ର ଗୋଟେ ରୁମ ରେ ରହୁଥିଲୁ।ସେ ଜଣେ ବନ୍ଧୁବସ୍ଛଳ,ସରଳ ବ୍ୟକ୍ତି ଥିଲେ।ଗତ କିଛିଦିନ ତଳେ ସେ ଦିଲ୍ଲୀରେ ଥିବା ବେଳେ ମୋ ସହ କଥା ହୋଇଥିଲେ ଏବଂ ଦିଲ୍ଲୀରୁ ଫେରି ସମ୍ବଲପୁରରୁ ବି ଫୋନ କରି କଥା ଦେଇଥିଲେ ମୋ ସହ ଦେଖା ହେବ ବୋଲି, ଯାହା କି ମୋତେ ଏବେ ବହୁତ ମର୍ମାହିତ କରିଛି।ସେ ତାଙ୍କ ଶରୀରକୁ ଡାକ୍ତର ଛାତ୍ର ଛାତ୍ରୀଙ୍କ ପାଠ ପଢା ପାଇଁ ସମ୍ପୂର୍ଣ ଦାନ କରିଯାଇଛନ୍ତି ଯାହାକି ସବୁଦିନ ପାଇଁ ଲୋକେ ରହିବେ।ସ୍ବର୍ଗତଃ ନନ୍ଦ ବିଶିଷ୍ଟ ଗାନ୍ଧିବାଦୀ ନେତା ଗୋପବନ୍ଧୁ ଚୌଧୁରୀ,ରମା ଦେବୀ,ମାଳତୀ ଦେବୀ,ନବକୃଷ୍ଣ ଚୌଧୁରୀ ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ସମାଜ ସେବାରେ ବ୍ରତୀ ହୋଇଥିଲେ।ଭୂଦାନ ଆନ୍ଦୋଳନରେ ଭାଗନେଇ ଜେଲ ଯାଇଥିଲେ।ନନ୍ଦିନୀ ଶତପଥୀ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜାତୀୟ କଂଗ୍ରେସ ରେ ଯୋଗ ଦେଇଥିଲେ।ସେ ଆଇନ ପାଠ ପଢିବା ସହ ଜଣେ ପେଷାଦାର ସାମ୍ବାଦିକ ଭାବେ କାର୍ଯ୍ୟ କରିଛନ୍ତି।ନିଜର ଲେଖା ଓ ଆନ୍ଦୋଳନ ମାଧ୍ୟମରେ ପଶ୍ଚିମ ଓଡିଶାର ବୁର୍ଲା ଡାକ୍ତରଖାନାର ଉର୍ଣ୍ଣତି ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିପାରିଥିଲେ।ସ୍ବର୍ଗତଃ ନନ୍ଦଙ୍କ ଉଚ୍ଚକୋଟିର କାର୍ଯ୍ୟପାଇଁ ସେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଗୁଡିଏ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ସ୍ବର୍ଗତଃ ନନ୍ଦଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ