Masthead

ପଦ୍ମ ଫୁଟାଇଲେ ଶ୍ରମିକଙ୍କ ପତ୍ନୀ

କୋଲକାତା (ବଡ଼ ଖବର ବ୍ୟୁରୋ): ଶ୍ରମିକଙ୍କ ସ୍ତ୍ରୀ ଜିତିଲେ ବିଧାୟକ ଆସନ । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଚର୍ଚ୍ଚିତ ଚେହେରା ଚନ୍ଦନା ବାଉରୀ ଟିଏମସିକୁ ମାତ ଦେଇ ହାତେଇଛନ୍ତି ଏମଏଲଏ ପଦ । ବାହୁବଳ କି ଟଙ୍କା ବଳ ନୁହେଁ ଜିତିଲା ମନୋବଳ । ଦିନମଜୁରିଆଙ୍କ ସ୍ତ୍ରୀ ହେଲେ ବିଧାୟକ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ସାଲତୋରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ୩୦ ବର୍ଷୀୟ ଚନ୍ଦନା ବାଉରୀ ହେଲେ ବିଜୟୀ । ଚନ୍ଦନା ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ରହିଛି ମାତ୍ର ୩୦,୩୧୧ ଟଙ୍କା । ତାଙ୍କ ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟରରେ ହୋଇଛି ପ୍ରଂଶସାର ବର୍ଷା ।

ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ ୪,୧୪୫ ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଚନ୍ଦନା ବାଉରୀ । ବାଉରୀଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରି ଦୈନିକ ୪୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ କି ତାଙ୍କର ପକ୍କା ଘରଟିଏ କି ପାଇଖାନାଟିଏ ବି ନଥିଲା । ଏବେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଟଙ୍କାରେ ଘରଟିଏ କରିବାକୁ ସକ୍ଷମ ହେଉଛନ୍ତି । ସେ କହିଛନ୍ତି କି ତୃଣମୂଳ ଦୁର୍ନୀତିଗ୍ରସ୍ତ ଥିବାବେଳେ କେନ୍ଦ୍ର ଯୋଜନାର ଟଙ୍କା ଆତ୍ମସାତ ହେଉଥିଲା । ଏଣୁ ସେ ବିଜେପିର ବିକାଶ ମନ୍ତ୍ର ଓ ନିଜ ଦୃଢ ଆଭିମୁଖ୍ୟ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖରେ ପହଞ୍ଚାଇ ଜୟଯୁକ୍ତ ହୋଇଛନ୍ତି ।

ଟିକେଟ ପାଇବା ପରେ ଚନ୍ଦନା କହିଥିଲେ ସେ କଦାପି ଭାବିନଥିଲେ କି ବିଜେପି ଭଳି ଜାତୀୟ ଦଳ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ଏପରିକି ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଭଳି ସୁପରଷ୍ଟାର ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ସ୍ବାମୀଙ୍କ ସହଯୋଗ ଓ ପରିବାରର ପ୍ରେରଣା ସହ ଲୋକଙ୍କ ବିପୁଳ ସମର୍ଥନ ପାଇ ଆଜି ସେ ଖୁସି ବ୍ୟକ୍ତ କରିଛନ୍ତି ।

ଚନ୍ଦନା ୨୦୧୪ ରେ ଭାଜପା କାର୍ଯ୍ୟକର୍ତ୍ତା ଭାବେ ସାଲତୋରାରେ କାମ କରିଆସୁଛନ୍ତି । ସେ ୨୦୧୮ ରେ ପଞ୍ଚାୟତ ନିର୍ବାଚନ ସମୟରେ ଗ୍ରାମ ପଞ୍ଚାୟତ ସଦସ୍ୟ ହୋଇଥିଲେ । ଏହା ପରେ ଚନ୍ଦନା ୨୦୧୯ ରେ ଭାଜପା ବାଙ୍କୁରା ଜିଲ୍ଲାର ସମିତି ସଭ୍ୟ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ