Masthead

କରୋନା କାଳରେ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦେଶବାସୀଙ୍କ ସହ ସରକାର ସମସ୍ତେ ଚିନ୍ତାରେ । ଏଭଳି ପରିସ୍ଥିତିରେ କୋଭିଡ୍ ପରିସ୍ଥିତି ସମ୍ବନ୍ଧରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରତି କେତେଗୁଡ଼ିଏ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସ୍ଥାନୀୟ ଆବାସିକ ପ୍ରମାଣ କିମ୍ବା ପରିଚୟପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ ।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରିବା ଲାଗି । ଏହାକୁ ଉଭୟ ଅନୁସରଣ କରିବେ । ସ୍ଥାନୀୟ ଆବାସିକ ପ୍ରମାଣ ଓ ପରିଚୟପତ୍ର ନ ଥିଲେ ବି କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଏବଂ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହଯୋଗରେ ଅକ୍ସିଜେନ୍ର ଏକ ‘ବଫର୍ ଷ୍ଟକ୍’ ସୃଷ୍ଟି କରିବା ଉଚିତ। ଆଗାମୀ ଦିନରେ କୌଣସି ସଙ୍କଟ ଦେଖା ଦେଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ସବୁ ଆଡ଼କୁ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରହିବ । ଜରୁରୀକାଳୀନ ଅକ୍ସିଜେନ୍ ଷ୍ଟକ୍ଗୁଡ଼ିକର ଅବସ୍ଥିତି ବିକେନ୍ଦ୍ରିକରଣ କରାଯିବା ଆବଶ୍ୟକ । ଏଥିସହ ଦିଲ୍ଲୀରେ ନିଅଣ୍ଟ ହେଉଥିବା ଅକ୍ସିଜେନ୍ ଯୋଗାଣ ସମସ୍ୟା ଦୁଇଦିନ ମଧ୍ୟରେ ସମାଧାନ କରିବା ଲାଗି ସୁନିଶ୍ଚିତ ହେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ