Masthead

ହ୍ୱାଟ୍ସଆପ କରନ୍ତୁ, ଜାଣନ୍ତୁ କେଉଁଠୁ ପାଇବେ ଟିକା

ନୂଆଦିଲ୍ଲୀ, ୦୪/୦୫(ବଡ଼ ଖବର)- ଟିକାକୁ ନେଇ ଏବେ ସବୁଠି ଦ୍ବନ୍ଦ । ୧୮ରୁ ଅଧିକ ବୟସଙ୍କ ଟିକା ପାଇବାର ପାଳି ଆସିସାରିଛି । ପଂଜୀକରଣ କରି କିଛି ଟିକା ବି ନେଇ ସାରିଲେଣି । ହେଲେ ଅନେକ ଏଯାଏଁ ନିରାଶ ହୋଇଛନ୍ତି । ଏହାର କାରଣ ହେଉଛି ଟିକା ଅଭାବ । କେବଳ ୧୮ ପ୍ଲସ୍ ନୁହନ୍ତି, ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତି ବି ନିରାଶ ହେଉଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଟିକା ଯୋଗାଇବା ପାଇଁ ୨ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଟିକା ଅଭାବ ପାଇଁ ସାଧାରଣ ଲୋକେ ଅସୁବିଧାରେ ପଡ଼ୁଛନ୍ତି । ଅନେକ ଜାଗାରେ ଟିକା କେନ୍ଦ୍ରରୁ ଫେରସ୍ତ ଆସିବାକୁ ପଡ଼ୁଛି । ସ୍ଲଟ୍ ବୁକ୍ କରିବାକୁ କୋୱିନ ଓ ଆରୋଗ୍ୟ ସେତୁରେ ଚେଷ୍ଟା କରି ବି ସଫଳତା ମିଳୁ ନ ଥିବା ଅଭିଯୋଗ ବି ଆସୁଛି । ତେବେ ସଠିକ୍ ସୂଚନା ଅଭାବରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । କଷ୍ଟ କରି ଟିକା କେନ୍ଦ୍ରକୁ ଯାଇ ଫେରସ୍ତ ଆସିବା ଲୋକଙ୍କୁ ବାଧୁଛି ନିଶ୍ଚୟ । ପୁଣି କରୋନା ସମୟରେ ଟିକା ପାଇଁ ଘରୁ ବାହାରି ଟିକା ନ ପାଇବା ନିରାଶା ଦେଉଛି । ଏବେ ଆମେ ଆପଣଙ୍କୁ ଏଭଳି ସୂଚନା ଦେବୁ, ଯାହା ଟିକା ସଂପର୍କରେ ଆପଣଙ୍କୁ ସବୁ ସୂଚନା ଗୋଟିଏ କ୍ଲିକରେ ହ୍ବାଟ୍ସଆପ୍ ମାଧ୍ୟମରେ ମିଳିଯିବ ।

ଭାରତ ସରକାର ଏଥିପାଇଁ ଏକ ନମ୍ବର ଜାରି କରିଛନ୍ତି । ଯେଉଁ ନମ୍ବରଟି ହେଉଛି 9013151515 । ଏହାକୁ ଆପଣ ନିଜ ମୋବାଇଲରେ ସେଭ୍ କରିଦିଅନ୍ତୁ । ଏହି ନମ୍ବରଟି MyGov Corona Helpdesk ନାଁରେ ଆପଣଙ୍କୁ ସୋ’ କରିବ । ଏବେ ଏଥିରେ Hi ପଠାନ୍ତୁ । ଆପଣଙ୍କୁ ରିପ୍ଲାଏରେ କିଛି ଅପ୍ସନ ଆସିବ । ନମ୍ବର 1 ଅପ୍ଲନ ଟିକା ସମ୍ବନ୍ଧରେ । ଏହି ଅପ୍ଲନକୁ ଗଲେ ଭ୍ୟାକ୍ସିନ ସେଣ୍ଟର ସଂପର୍କରେ ସୂଚନାର ବିକଳ୍ପ ଆସିବ । 1 ନମ୍ବରକୁ ଯିବା ପରେ ଆପଣଙ୍କୁ ଏରିଆ ପିନ୍ କୋଡ ଦେବାକୁ ହେବ । ଏହା ପରେ ସେହି ଏରିଆ ନିକଟରେ କେଉଁ କେନ୍ଦ୍ରରେ ଟିକା ଉପଲବ୍ଧ ଅଛି କି ନାହିଁ, ଯଦି ଅଛି କେତେ ସ୍ଲଟ୍ ବୁକ୍ ପାଇଁ ସୁବିଧା ଅଛି ତାହାର ସୂଚନା ମିଳିଯିବ । ସେହି ସୂଚନା ଆଧାରରେ ଆପଣ ନିଜର ପଂଜୀକରଣ କରି ଟିକା କେନ୍ଦ୍ରକୁ ଯାଇପାରିବେ । ଆପଣ ଦେଇଥିବା ଏରିଆରେ ଟିକା ଉପଲବ୍ଧ ନ ଥିଲେ, ଆପଣ ଅନ୍ୟ ପିନ୍ କୋଡ୍ ଲାଗି ମଧ୍ୟ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ