Masthead

ମାଟି ତଳୁ ନାରାୟଣ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ପୋଖରୀ ଖୋଳିବା ବେଳେ ଉଦ୍ଧାର ହେଲା ଦୁଇ ଫୁଟ ଉଚ୍ଚତାର ବିଷ୍ଣୁ ମୂର୍ତ୍ତି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପଞ୍ଚାୟତର ସଠଗାଁରେ ଘଟିଛି ଏପରି ଘଟଣା । ସେହି ଗାଁର ରମେଶ ପରିଡ଼ା ଦୁଧେଇ ନାଳ ନିକଟରେ ଥିବା ନିଜସ୍ୱ ଜମିରେ ଏକ ପୋଖରୀ ଖୋଳିବା ପାଇଁ ଖୋଳା ଖୋଳି କରୁଥିଲେ । ଏହି ସମୟରେ ଦୁଇ ଫୁଟ ଉଚ୍ଚତାର ବିଷ୍ଣୁ ପ୍ରତିମା ବାହାରିଥିଲେ । ଗ୍ରାମବାସୀ ମାନେ ଏହି ମୂର୍ତ୍ତିକୁ ଉଦ୍ଧାର କରି ନିକଟସ୍ଥ ସୁବର୍ଣ୍ଣମୂଖି ମନ୍ଦିରରେ ରଖି ପୂଜା ଅର୍ଚ୍ଚନା କରୁଛନ୍ତି। ପ୍ରତ୍ନତାତ୍ତ୍ୱିକ ଦୃଷ୍ଟି କୋଣରୁ ଏହା ଏକ ଅକ୍ଷୂର୍ଣ୍ଣ ବଉଳ ମାଳିଆ ପ୍ରସ୍ତରରେ ନିର୍ମିତ ୧୦ ମ ଶତାବ୍ଦୀର ମୂର୍ତ୍ତି ବୋଲି ଜଣା ପଡ଼ିଛି ।

ତେବେ ଏହି ମୂର୍ତ୍ତିରେ ସପ୍ତ ଫେଣି ଅନନ୍ତ ଶେଷନାଗ ଉପରେ ବିଷ୍ଣୁ ଶୟନ କରିଥିବା ବେଳେ ମାତା ଲକ୍ଷ୍ମୀ ପ୍ରଭୁଙ୍କ ପାଦ ସେବା କରୁଛନ୍ତି।ପ୍ରଭୁଙ୍କ ନାଭି ଅଂଶ ରୁ ଏକ ପଦ୍ମ ନାଡ଼ ରୁ ପଦ୍ମ ଫୁଲ୍ ବାହାରିଛି । ଶ୍ରୀ ବିଷ୍ଣୁଙ୍କ ଚାରି ହସ୍ତ ମଧ୍ୟରୁ ଦୁଇ ହସ୍ତରେ ଶଙ୍ଖ,ଚକ୍ର,ଥିବା ବେଳେ ଆଉ ଏକ ହସ୍ତ ମସ୍ତକରେ ଆଉ ଏକ ହସ୍ତ ଜାନୁ ଉପରେ ରହିଛି । ଏହା ଏକ ବିରଳ ମୂର୍ତ୍ତି ବୋଲି ସ୍ଥାନୀୟ ଗବେଷକ ମତ ବ୍ୟକ୍ତ କରିଛନ୍ତି।ଏହି ବିରଳ ମୂର୍ତ୍ତି ଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କ ସୁଅ ଛୁଟୁଛି। ବିଷ୍ଣୁ ପ୍ରତିମା ଉଦ୍ଧାର ହୋଇ ଥିବା ସ୍ଥାନରେ ମଧ୍ୟ କିଛି ପ୍ରାଚୀନ କାଳର ପ୍ରସ୍ତର ଖଣ୍ଡ ବାହାରୁଛି । ତେବେ ଯଦି ଏହାର ଚତୁପାର୍ଶ୍ଵ ଖନନ ହୋଇ ପାରନ୍ତା ତେବେ ଆହୁରି କିଛି କୀର୍ତ୍ତି ରାଜି ଉଦ୍ଧାର ହୋଇ ପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମତ ବ୍ୟକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ