Masthead

ଅମାନିଆଙ୍କ ଯୋଗୁ ହୁ ହୁ ଵଢୁଛି କରୋନା !

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଲଗାତର ଭାବେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଛି। ଆଜି ମୋଟ୍‌ ସଂକ୍ରମଣ ୨ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ରାଜ୍ୟରେ ବଢ଼ୁଥିଲେ ବି ସଂକ୍ରମଣର ଏପରି ଉପରମୁହାଁ ସ୍ଥିତି ବେଶ୍‌ ଚିନ୍ତାଜନକ ହୋଇପଡ଼ିଛି। ‌ସେହିପରି ଲଗାତର ୩ ଦିନ ଧରି କରୋନା ଜନିତ ମୃତ୍ୟୁ ବି ୧୫ ଉପରେ ରହୁଛି।

ରାଜ୍ୟରେ ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରର ଏହି ବ୍ୟକ୍ତି ବିଦେଶରୁ ଫେରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ପାଖାପାଖି ୫ ମାସ ଲାଗିଥିଲା। ଅଗଷ୍ଟ ୧୧ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଥିଲା। ପରବର୍ତ୍ତୀ ୧୮ ଦିନରେ ଅର୍ଥାତ ଅଗଷ୍ଟ ୨୯ ତାରିଖରେ ଆକ୍ରାନ୍ତ ସଂଖ୍ୟା ଏକ ଲକ୍ଷ ଟପିଗଲା। ଏହାର ୧୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ତାରିଖରେ ଏହି ସଂଖ୍ୟା ଦେଢ଼ ଲକ୍ଷ ଛୁଇଁଲା। ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବାକୁ ଆଉ ମାତ୍ର ୧୩ ଦିନ ଲାଗିଲା।
ସଂକ୍ରମଣ ଓ ମୃତ୍ୟୁ ଏମିତି ଉଦ୍‌ବେଗଜନକ ଥିଲାବେଳେ ଗତ ୨୪ ଘଣ୍ଟା ଭିତରେ ୪୩୮୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗୋଟିଏ ଦିନରେ ଏହା ସର୍ବାଧିକ। ରାଜ୍ୟରେ ମୋଟ୍‌ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୬୫,୪୩୨ରେ ପହଞ୍ଚିଛି। ମୋଟ୍ ପଜିଟିଭ୍ ସଂଖ୍ୟା ୨,୦୧,୦୯୬ରେ ପହଞ୍ଚିଛି।

ସଂକ୍ରମଣ ଥମୁନଥିବାବେଳେ କୋଭିଡ୍‌ କଟକଣାକୁ ଅମାନିଆ ମାନୁନଥିବା ଦେଖିବାକୁ ମିଳୁଛି। ତେଣୁ ପ୍ରଶାସନ ପାଇଁ କରୋନା ମୁକାବିଲା ଚିନ୍ତା ବଢ଼ିଛି। ଅଧିକ ଚାପ ପୁଲିସ ଉପରେ ପଡ଼ୁଛି। ପୁଲିସ ଡିଜିଙ୍କ ହସ୍ତକ୍ଷେପ ପରେ ପୁଲିସ ପାଇଁ ଚିନ୍ତା ଅଧିକ ବଢ଼ିଥିବା ଚର୍ଚ୍ଚା ହେଉଛି। ତେଣୁ ପୁଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।

ଗତ ୫ ଦିନ ଧରି ପୁଲିସ ରାଜଧାନୀର ବିଭିନ୍ନ ଛକ, ବଜାର, ହାଟ ଆଦି ସ୍ଥାନରେ ଚଢ଼ଉ ଜୋରଦାର କରିଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ରାଜଧାନୀର ପ୍ରମୁଖ ବଜାର ବୁଲି କୋଭିଡ୍ ନିୟମ ପାଳନର ଯାଞ୍ଚ କରିଛନ୍ତି।
ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ସିପି ଶ୍ରୀ ଷଡ଼ଙ୍ଗୀ ରାଜଧାନୀର ୟୁନିଟ୍‌-୧ ଓ ୨ ମାର୍କେଟ, ପାଲହାଇଟ୍ସ, ଡମଣାଛକ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସାୟୀଙ୍କୁ ବୁଝାଇଛନ୍ତି। ଗ୍ରାହକଙ୍କୁ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଛନ୍ତି।

ଯଦି କୋଭିଡ୍ ନିୟମ ଉଲ୍ଲଙ୍ଘନ ହୁଏ, ତା’ ହେଲେ ବଜାରକୁ ସିଲ୍‌ କରାଯିବ ବୋଲି ସିପି ସତର୍କ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ