Masthead

ଅମ୍ଳଜାନ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ୨ୟ ଲହର ସାରା ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ୟ୍ୟସ୍ତ କରିଦେଇଛି । ଅମ୍ଳଜାନ ଅଭାବରୁ ପ୍ରତିଦିନ ହଜାର ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସଠିକ୍‌ ଭାବରେ ଅମ୍ଳଜାନ ଯୋଗାଇବାରେ ବିଫଳ ହୋଇଛନ୍ତି । ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ଏଥିରେ ୧୨ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟଗୁଡ଼ିକୁ ଅମ୍ଳଜାନ ଆବଣ୍ଟନ ଦାୟିତ୍ଵ ଏହି ୧୨ ଜଣିଆ ଜାତୀୟ ଟାସ୍କଫୋର୍ସକୁ ଦିଆଯାଇଛି।

ଏହି ଟାସ୍କଫୋର୍ସ ଅମ୍ଳଜାନ ଆବଣ୍ଟନ ଲାଗି ଦରକାର ପଡ଼ୁଥିବା ମାନବ ସମ୍ବଳ କେନ୍ଦ୍ର ସରକାରଙ୍କଠାରୁ ନେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିଲାଗି ଟାସ୍କଫୋର୍ସକୁ ସମସ୍ତ ସ୍ବାଧୀନତା ଦିଆଯାଇଛି। ମହାମାରୀ ସମୟରେ ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ସେବାକୁ ଯେପରି ସହଜ କରିହେବ ତାହାକୁ ଦୃଷ୍ଟିରେ ରଖି ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ