Masthead

ସାପ କାମୁଡାରେ ଭାଇ ଭଉଣୀ ମୃତ

ଆଳି (ବଡ଼ ଖବର ବ୍ୟୁରୋ): ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ଗ୍ରାମରର ଅରୁଣ କୁମାର ଦାସଙ୍କ ପୁଅ ଅଭିଷେକ ଦାସ (୧୧) ଝିଅ ଭୂମିକା ଦାସ (୩)ଙ୍କ ମୃତ ହୋଇଛି । ରାତିରେ ଝଡ଼ବର୍ଷା ସମୟରେ ଘରେ ଶୋଇଥିବା ସମୟରେ ଭାଇ ଭଉଣୀଙ୍କ ଏକ ବିଷାକ୍ତ ସାପ କାମୁଡିଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ ଠାରୁ ପ୍ରକାଶ, ରାତିରେ ଖାଇ ସାରି ଘରେ ଶୋଇଥିବା ସମୟରେ ପୁଅକୁ ସାପ କାମୁଡିବାରୁ ତା ହାତରୁ ରକ୍ତ ବାହରିଥିଲା । ଲୋକମାନେ ସାପକୁ ମଶାରୀ ଭିତରେ ଖେଳୁଥିବାର ଦେଖିବାକୁ ପାଇଥିଲେ । ହେଲେ ସାପ ହଠାତ କେଉଁଆଡେ ପଳେଇଥିଲା । ପୁଅକୁ ପରିବାର ଲୋକେ ସଙ୍ଗେସଙ୍ଗେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ । ପୁଅର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ମେଡିକାଲକୁ ନେଇଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଝିଅକୁ ସାପ କାମୁଡି ଥିବାର ପରିବାର ଲୋକେ ଜାଣିପାରି ନ ଥିଲେ । କିଛି ସମୟ ପରେ ଝିଅ ପାଟିରୁ ନାଳ ବାହାରିବା ସହ ପେଟ ବଥା ହୋଇଥିଲା । ପରେ ୩ ବର୍ଷ ଝିଅ ଭୂମିକାର ମୃତ ହେଇଥିଲା। ଖବର ଜାଣିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ