Masthead

କରୋନା କରୁଛି ଅନାଥ, କିନ୍ତୁ ପୋଷ୍ୟ ଗ୍ରହଣ ପାଇଁ କହିବା ବେଆଇନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ୁଛି ସଂକ୍ରମଣ । ପ୍ରାଣ ହରାଉଛନ୍ତି ହଜାର ହଜାର ରୋଗୀ । ମହାମାରୀ ଛଡ଼ାଇ ନେଉଛି, ଅତି ଆପଣାର ପ୍ରିୟ ପରିଜନଙ୍କୁ । ଅନେକ ଶିଶୁ ବି ଅନାଥ ହେଉଛନ୍ତି । ଜନ୍ମ ହେବାର କିଛି ଦିନ ମଧ୍ୟରେ କରୋନା ଛଡ଼ାଇ ନେଇଛି, ବାପା ମା’ଙ୍କୁ । କିଛି ଦିନ ତଳେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା, ଏପରି ଏକ ଦୁଃଖ ଭରା କାହାଣୀ । ଦୁଇଟି ଝିଅ ଜଣେ ୬ ମାସର ଓ ଅନ୍ୟ ଜଣେ ମାତ୍ର ୩ଦିନର । ଦୁଇଜଣଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସେଥିରେ ଅନୁରୋଧ କରାଯାଇଥିଲା । ଯାହାକୁ ଦେଖି ବହୁ ଲୋକ ଦୁଃଖ ପ୍ରକାଶ କରିବା ସହ ଏହାକୁ ସମାଲୋଚନା ମଧ୍ୟ କରାଯାଇଛି । ଏହି ପୋଷ୍ଟରେ ଚାଇଲ୍ଡ ପ୍ରୋଟେକ୍ସନ ସ୍ପେସାଲିଷ୍ଟ ତନ୍ନିଷ୍ଠା ଦତ୍ତ କମେଣ୍ଟ କରି କହିଥିଲେ, ଏହି ବେଆଇନ ପୋଷ୍ଟ କରିବା ବନ୍ଦ କରନ୍ତୁ । ପିଲାମାନଙ୍କୁ ପୋଷ୍ୟ କରିବା ପାଇଁ କହିବା ଏକ ବେଆଇନ କାମ । ଏହା ଦ୍ୱାରା ପିଲାମାନଙ୍କର ଅନେକ କ୍ଷତି ହୋଇଥାଏ । ଏହା ପିଲାମାନଙ୍କୁ ବିକ୍ରି କରିବା ପାଇଁ ପ୍ରବର୍ତ୍ତାଇବା ସହ ସମାନ।

ତେବେ ଏପରି ପୋଷ୍ଟ ଦେଖିବା ଦ୍ୱାରା ପିଲାମାନଙ୍କୁ ନେଇ ବ୍ୟବସାୟ ନେଇ ଆଶଙ୍କା ରହିଛି । ଏହାଛଡ଼ା ପୋଷ୍ୟ ଗ୍ରହଣ କରିବା ଏକ ନ୍ୟାୟିକ ପ୍ରକ୍ରିୟା । ସେହିପରି ଚାଇଲ୍ଡ ୱେଲଫେୟାର କମିଟିର ଚେୟାରପର୍ସନ ମଧ୍ୟ ଏହାକୁ ନେଇ ଆପତ୍ତି କରିଛନ୍ତି । ସେ କହିଛନ୍ତି, ଝିଅ ଦୁଇଜଣଙ୍କ ବୟସ ତାରତମ୍ୟ ଦେଖି ଲାଗୁନି ଯେ, ସେମାନେ ଦୁଇ ଭଉଣୀ ହୋଇଥିବେ । ତେଣୁ ଏପରି ଗୁଜବ ପ୍ରସାରିତ କରନ୍ତୁନି । ଏହି ଗୁଜବରେ ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାରର ଉଲଂଘନ କରିବେ । ଯଦି ଏପରି କୌଣସି କେସ ଆପଣଙ୍କ ନଜରକୁ ଆସୁଛି ତେବେ ତୁରନ୍ତ ଚାଇଲ୍ଡ ଲାଇନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବାକୁ କୁହାଯାଇଛି । ତେବେ ବେଆଇନ ଭାବେ ପୋଷ୍ୟ ଗ୍ରହଣ କଲେ ୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ମଧ୍ୟ ସତର୍କ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ