ରାତି ଅଧିଆ ପ୍ରେମିକା ପାଖକୁ ଯାଇ ଛେଚା ଖାଇଲେ ଯୁବକ, ଜୋତା ମାଳ ପିନ୍ଧି ରାତି ସାରା ବନ୍ଧା ହେଲେ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯୁବକଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା। ରାତି ଅଧିଆ ଧରା ପଡି ନିର୍ଦ୍ଧୁମ ଛେଚା ଖାଇଲେ । ଵାଂଶଡା ଥାନାରେ ଅଭିଯୋଗ ପରେ ଗିରଫ ହେଲେ ଯୁବକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ବାଂଶଡା ଥାନା ଯଶୀପୁର ପଞ୍ଚାୟତ ଶୁଭଦିଆ ଗାଁରେ। ଶୁଭଦିଆ ଗାଁର ଧନେଶ୍ଵର ନାୟକଙ୍କ ପୁଅ ଦେବାଶିଷ ନାୟକ, ସେହି ଗାଁର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ।

ଯୁଵକ ଜଣକ ରାତି ଅଧରେ ଝିଅକୁ ଦେଖା କରିବାକୁ ଘରକୁ ଆସି ପରିବାର ଲୋକଙ୍କ ହାତରେ ଧରା ପଡିଥିଲେ। ପରିବାର ଲୋକେ ଯୁବକଙ୍କୁ ଧରି ଜୋତା ମାଳ ପକାଇ ନିର୍ଦ୍ଧୁମ ଛେଚି ଥିଲେ। ରାତି ତମାମ ଜୋତାମାଳ ପିନ୍ଧାଇ ସକାଳେ ଦାଣ୍ଡ ଆଗରେ ବାନ୍ଧି ରଖିଲେ। ଖବର ପାଇ ଵାଂଶଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ପୁଅ ବାହା ହେବାକୁ ଜିଦ୍ ଧରି ଥିବାବେଳେ ଅନ୍ୟପଟେ ଯୁବକଙ୍କୁ ବାନ୍ଧି ଜୋତା ମାଳ ପିନ୍ଧାଇଵା ଘଟଣାରେ ବାହାଘର କରିବାକୁ ପୁଅ ଘର ଲୋକେ ରୋକ୍ ଠୋକ୍ ମନା କରି ଥିଲେ। ଅପମାନିତ ହୋଇ ପୁଅ ଘର ଲୋକେ ରାଜି ନ ହେବାରୁ ଝିଅର ପରିବାର ଲୋକେ ଝିଅକୁ ପୁଷ୍କର୍ମ କରିଥିବା ଵାଂଶଡା ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ପୁଅକୁ ଫସାଇ ଏମିତି ବଦନାମ କରିଥିବା ପୁଅ ଘର ଲୋକେ ମଧ୍ୟ ବାଂଶଡା ଥାନାରେ ପାଲୋଟା ଅଭିଯୋଗ କରିଥିଲେ । ପୋଲିସ ଉଭୟ ଘଟଣା ଉପରେ ମାମଲା ରୁଜୁ କରିଛି। ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଦେବାଶିଷ ନାୟକକୁ ଗିରଫ କରି ଡାକ୍ତରୀ ମାଇନା କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ