Masthead

ବାଏ ବାଏ ଏନଡିଏ: ଅକାଳୀ ଦଳ !

ମୋଦି ସରକାରଙ୍କୁ ବଡ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏକୁ ବାଏ ବାଏ କଲା ସହଯୋଗୀ ଅକାଳୀ ଦଳ । ଏନଡିଏର ସହଯୋଗୀ ଦଳ ଭାବେ ରହି ଆସିଥିବା ଅକାଳୀ ଦଳ କୃଷି ବିଲକୁ ବିରୋଧ କରି ମୋଦି ସରକାରରୁ ଅକାଳୀ ଦଳର ହରଶମିତ୍ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା । ଦଳର କୋର କମିଟି ବୈଠକ ପରେ ଏନଡିଏ ଛାଡିବାକୁ ନିଷ୍ପତି ହୋଇଥିଲା । ପରେ ଏନଡିଏର ହାତ ଛାଡିବା ନେଇ ସୂଚନା ଦେଇଥିଲେ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ । କୃଷି ବିଲ୍ ପାରିତ ହେବା ପରଠାରୁ ଏହାକୁ ବିରୋଧ କରି ଆସୁଛି ଶିରୋମଣି ଅକାଳୀ ଦଳ । ଏପରିକି କଂଗ୍ରେସ, ତୃଣମୁଳ କଂଗ୍ରେସ ଭଳି ବିରୋଧୀ ଦଳ ମଧ୍ୟ ଏହି ବିଲକୁ ବିରୋଧ କରୁଛନ୍ତି । କଂଗ୍ରେସ ଏହି ବିଲ୍ ବିରୋଧରେ ସମଗ୍ର ଦେଶରେ ପ୍ରେସମିଟ୍ କରିଥିଲା । ପରେ ଦେଶର ଅଧିକାଂଶ ରାଜ୍ୟରେ ଚାଷୀ ମାନେ ରାସ୍ତାକୁ ଓହ୍ଲାଇଥିଲେ । କୃଷି ବିଲ୍ ବିଦେଶୀ ବ୍ୟବସାୟୀଙ୍କୁ ଫାଇଦା ଏବଂ ବିଲ୍ ଚାଷୀ ବିରୋଧୀ ବୋଲି କଂଗ୍ରେସ୍ ଲଗାତାର ଅଭିଯୋଗ କରି ଆସୁଛି । ଆଉ ଏଭଳି ସ୍ଥଳେ ଏନଡିଏର ହାତ ଛାଡି ମୋଦି ସରକାରକୁ ବଡ ଝଟକା ଦେଇଛି ଅକାଳୀ ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ