Masthead

ସୁଶୀଲ କୁମାରଙ୍କୁ ଧରିବାକୁ ଘୋଷଣା ହେଲା ପୁରସ୍କାର ରାଶି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତଙ୍କୁ ଧରାଇଦେଲେ ଦେଢ଼ ଲକ୍ଷ ପୁରସ୍କାର ରାଶି । ଏହି ଅଭିଯୁକ୍ତ ହେଲେ ରେସଲର ତଥା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସାଙ୍ଗ । ସାଗର ରାଣା ହତ୍ୟା ମାମଲାରେ ସୁଶୀଲ କୁମାର ଓ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଆଗରୁ ଏମାନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଥିଲା ଦିଲ୍ଲୀ ପୋଲିସ । ବର୍ତ୍ତମାନ ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବାପାଇଁ ରେସଲର ସାଗର ଓ ସୁଶୀଲଙ୍କ ମଧ୍ୟରେ ମାରପିଟ ହୋଇଥିଲା ।

ଯେଉଁଥିରେ ୨୩ବର୍ଷୀୟ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଶୀଲଙ୍କ ବ୍ୟତୀତ ୯ଜଣ ଫେରାର ହୋଇ ଯାଇଥିଲେ । ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ମଧ୍ୟ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି । କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା ତେଣୁ ଅପରାଧିକୁ ଧରିବା ନିହାତି ଜରୁରୀ । ଆଉ ବର୍ତ୍ତମାନ ଦିଲ୍ଲୀ ପୋଲିସ ,ସୁଶୀଲଙ୍କୁ ଧରାଇଦେଲେ ୧ଲକ୍ଷ ଓ ତାଙ୍କ ସାଙ୍ଗ ମାନଙ୍କୁ ଧରାଇଦେଲେ ୫୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର