Masthead

ଗୁରୁତର ରୋଗୀଙ୍କୁ ମିଳିଲାନି ଅକ୍ସିଜେନ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ସଭିଁଙ୍କୁ ଘାରିଛି କରୋନା ଡର । ରୋଗକୁ ଘୃଣା କରିବା ପରିବର୍ତ୍ତେ ରୋଗୀକୁ କରାଯାଉଛି ଅଣଦେଖା । ତାହା ପୁଣି ଡାକ୍ତରଙ୍କ ଦ୍ୱାରା । ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଥିଲା ଅସ୍ତରଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ । କରୋନାକୁ ଡରି ଡାକ୍ତର ବି ଆସିନଥିଲେ ରୋଗୀଙ୍କ ପାଖକୁ । କରୋନାରେ ସଂକ୍ରମିତି ଗୋଟିଏ ପରିବାରର ୩ ଜଣ ଜୀବନ ସହ ଲଢୁଥିଲେ ସକାଳୁ ଦିନ ୧୧ଟା ଯାଏ । କରୋନା ପିଡୀତ ବାପା ମାଙ୍କ ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲା ଝିଅ । ହେଲେ କରୋନା ଯୋଦ୍ଧା ଆଖା ପାଇଥିବା ଡାକ୍ତର ବି ମୁହଁ ମୋଡି ଦେଇଥିଲେ । ପ୍ରାୟ ୨/୩ ଘଣ୍ଟା ପରେ ୩ଜଣ ରୋଗୀଙ୍କ ପାଇଁ ମିଳିଥିଲା ଗୋଟିଏ ଅକ୍ସିଜେନ । ହେଲେ ଲଗାଇବାକୁ ଆସିନଥିଲେ କୋଣସି ମେଡିକାଲ କର୍ମଚାରୀ ।

ଏଭଳି ସମୟ ଆସିଥିଲା ଗୁରୁତର ଅବସ୍ତାରେ ଥିବା ପୁଅ ମା’ର କଷ୍ଟ ସହିପାରିନଥିଲା । ମା’କୁ ବଞ୍ଚାଇବାକୁ ଆଗେଇ ଆସିଥିଲା ପୁଅ । ଡାକ୍ତରଖାନାରୁ ମିଳିଥିବା ଗୋଟଏ ଅକ୍ତସଜେନକୁ ନିଜେ ଲଗାଇଦେଇଥିଲା ମା’ର ମୁହଁରେ । ନଜଣ ରୋଗୀଙ୍କୁ ବିନା ସହାୟକରେ ଡ୍ରାଇଭର ନେଇଥିଲା କୋଭିଡ ହସ୍ପିଟାଲ । କରୋନାକୁ ନେଇ ରାଜ୍ୟସରକାର ବିଭିନ୍ନ ଘୋଷଣା କରୁଛନ୍ତି । ରୋଗୀକୁ ନ ଡରିବାକୁ ବାରମ୍ବାର ଦେଇଛନ୍ତି ସୂଚନା । ହେଲେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଅନେକ ଅଭାବନୀୟ ଘଟଣା । ସେହିଭଳି ଅଭାବନୀୟ ଘଟଣା ଘଟିଥିଲା ଅସ୍ତରଙ୍ଗରେ । ବ୍ଲକର ପାଟବାରଦା ଗାଁର ୩ ଜଣ ଆସିଥିଲେ ଅସ୍ତରଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ । ଯାହାଙ୍କର ଅବସ୍ଥା ଥିଲା ସଙ୍କଟାପନ୍ନ । ହେଲେ ଡାକ୍ତର ହୋଇଥିଲେ ନିର୍ଦ୍ଦୟ । ରୋଗୀଙ୍କ ପାଖକୁ ଆସିଲେଏନି କି ସେମାନଙ୍କ ଲାଗି ଅକ୍ସିଜେନର ବ୍ୟବସ୍ଥା କରିନଥିଲେ । ଏଭଳି ଅବସ୍ଥା ଲାଗି ରହିଥିଲା ପ୍ରାୟ ୩ ଘଣ୍ଟା ଧରି । ଶେଷରେ ଏକ ଆମ୍ବୁଲାନ୍ସ ସେମାନଙ୍କୁ ନେଇ ଯାଇଥିଲା ପୁରୀ କୋଭିଡ ହସ୍ପିଟାଲ । କରୋନାର କରୁଣ ପରିରତି । ବାପା-ମା’ଙ୍କ ଜୀବନ ବଞ୍ଚାଇବାକୁ ପିଲାମାନେ ହେଉଛନ୍ତି କାକୁତିମିନତି । ହେଲେ କିଛି ଫରକ ପଡିନଥିଲା ଡାକ୍ତରଖାନାର କର୍ମଚାରୀ କିମ୍ବା ଡାକ୍ତରଙ୍କ ଉପରେ । ନିଜ ଭାଗ୍ୟକୁ ଅଦରି କରୋନା ସହ ସଂଗ୍ରାମ କରୁଥିଲେ ଗୋଟିଏ ପରିବାରର ୩ ସଦସ୍ୟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ