Masthead

ଲୋକଙ୍କୁ ଭୂତେଇବା ପାଇଁ ଯୋଜନା ଘୋଷଣା କରାଯାଇଛି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ୪ ହଜାର କୋଟିର ନୂଆ ଯୋଜନାର ଉଦେ୍ଦଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ସେ କହିଛନ୍ତି ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଘୋଷଣା ହୋଇ ପାରିଥାନ୍ତା । କାହିଁକି କଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ସେ ଆହୁରି ମଧ୍ୟ କହିଛନ୍ତି ଏହା ବିଜେଡିର ନିର୍ବାଚନୀ ଇସ୍ତାହାର ଥିଲା । ଓଡ଼ିଶାରେ ବର୍ଷକରେ ସ୍କୁଲର ମାନ ଖସିଲା । ଏକ ବର୍ଷ ରେ ୫୦ ହଜାର ସ୍କୁଲ ଭିତରୁ ୪୧ ହଜାର କ୍ଲାସରେ ଅଲଗା କ୍ଲାସ ରୁମ ନାହିଁ ।ଏହି ଟଙ୍କା ରେ ଗୋଟିଏ ଦୁଇଟି କ୍ଲାସ ରୁମ ହୋଇପାରିଥାନ୍ତା ।ଶିକ୍ଷାର ଇଣ୍ଡେକ୍ସ ଖସିବା କାରଣ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ।୫୩ ହଜାର ଶିକ୍ଷକ ପଦବୀ ଖାଲିଲୁଟ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଉଛି ।

ଅନେକ ସମସ୍ୟା ଥିଲେ ବି ସମସ୍ୟାର ଉତ୍ତର ବିଜେଡି ପାଖରେ ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ଏହି ଯୋଜନା ଘୋଷଣା କରାଯାଇଛି ।ବିଜେଡି କର୍ମୀଙ୍କୁ କିମ୍ବା ବିଜେଡି ଦ୍ୱାରା ମନୋନୀତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ ।ଏ କାମ ସବୁ ଓଡ଼ିଶା ବାହାର ଠିକାଦାରଙ୍କୁ ଯାଉ ବୋଲି ଯୋଜନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ