Masthead

ବାହାଘର ହେବ, ଭୋଜି ହେବନି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ କଟକଣାକୁ ସରକାର ଜୋରଦାର କରିଛନ୍ତି । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଥିବା କଟକଣା ସବୁଠାରୁ ଅଧିକ । ପୂର୍ବରୁ ବିବାହ, ବ୍ରତ ପାଇଁ ୫୦ଜଣଙ୍କୁ ଅନୁମତି ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ୫୦ ପରିବର୍ତ୍ତେ କେବଳ ୨୫ଜଣ ଲୋକ ଭାଗନେଇପାରିବେ । ଏ ସବୁ କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀରେ ଚାଲିବ । ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବପରି ଚାଲୁରହିବ । ଯେଉଁସବୁ କାର୍ଯ୍ୟରେ ପୂର୍ବରୁ କଟକଣା ଲଗାଯାଇଥିଲା, ତାହା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ନିୟମ ଉଳ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?