Masthead

ଭାରତ କେମିତି ପିନ୍ଧୁଛି ମାସ୍କ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଆରମ୍ଭ ବେଳଠାରୁ ନେଇ ଆଜି ପର୍ଯ୍ୟନ୍ତ ଗୋଟିଏ କଥା କୁହାଯାଉଛି । ସଠିକ ଭାବେ ମାସ୍କ ପିନ୍ଧନ୍ତୁ । ଅଯଥା ବାହାରକୁ ଯା’ନ୍ତୁନି । ଯଦି ଯାଉଛନ୍ତି ୨ଫୁଟ ଦୂରତା ଅବଲମ୍ବନ କରନ୍ତୁ । ହାତ ଧୁଅନ୍ତୁ । ତେବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲଙ୍କର ଏକ ବିବୃତି ଆସିଛି । ଯେଉଁଥିରେ ମାସ୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ଲଭ ଅଗ୍ରୱାଲ । ସେ ବିସ୍ତୃତ ଭାବେ ତଥ୍ୟ ରଖିଛନ୍ତି କି, ଦେଶବାସୀ କେମିତି ମାସ୍କ ପିନ୍ଧୁଛନ୍ତି । କରୋନାର ପ୍ରଥମ ଲହର ସମୟରେ କରାଯାଇଥିବା ଅବହେଳା ହିଁ ଦ୍ୱିତୀୟ ଲହରକୁ ଡାକି ଆଣିଛି ।

ମହାମାରୀରୁ ବଞ୍ଚିବାକୁ ହେଲେ ମୁଖ୍ୟ ଅସ୍ତ୍ର ହେଉଛି ମାସ୍କ । କିନ୍ତୁ ଏବେ ବି କିଛି ଅମାନିଆ ରହିଛନ୍ତି ଯେଉଁମାନେ କେବଳ କଟକଣା ପାଇଁ ହିଁ ମାସ୍କ ବ୍ୟବହାର କରୁଛନ୍ତି । ଏକ ରିପୋର୍ଟରେ ଲଭ ଅଗ୍ରୱାଲ କହିଛନ୍ତି ୫୦% ଭାରତୀୟ ଏବେ ବି ମାସ୍କ ବ୍ୟବହାର କରୁନାହାନ୍ତି । ଆଉ ଯେଉଁ ୫୦% ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରୁ ୬୪% ବ୍ୟକ୍ତି ସଠିକ ଭାବରେ ମାସ୍କ ପିନ୍ଧୁନାହାନ୍ତି । ନାକ ତଳକୁ ପିନ୍ଧୁଛନ୍ତି । ମାସ୍କ ପିନ୍ଧିବା ଜାଣି ମଧ୍ୟ ବହୁ ଲୋକ ଏଥିରେ ଅବହେଳା କରୁଛନ୍ତି । ଅନେକ ଲୋକ ମାସ୍କ ପିନ୍ଧିଲେ ତାକୁ ବେକ ତଳକୁ ଝୁଲାଇ ରଖୁଛନ୍ତି । ଆଉ କିଛି ଲୋକ ଓଠ ତଳକୁ ଝୁଲାଇ ପିନ୍ଧୁଛନ୍ତି । ଭୁଲ ଢଙ୍ଗରେ ମାସ୍କ ପିନ୍ଧିଲେ ତାହାର ଲାଭ ମିଳବ ନାହିଁ । ଏହାଦ୍ୱାରା ନିଜ ସହିତ ଅନେକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ