Masthead

ପୋଲିସ ବାବୁଙ୍କ ମହନୀୟତା

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ପୋଲିସକୁ ନେଇ ସାଧାରଣରେ ଭଲ ଭାବନା ନଥାଏ । ମାତ୍ର ଏମିତି ପୋଲିସ କର୍ମଚାରୀ ଅଛନ୍ତି, ସେମାନଙ୍କ ମାନବିକତା ଓ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ । ଏଭଳି ଜଣେ ପୋଲିସ କର୍ମଚାରୀ ହେଉଛନ୍ତି ମହେଶ କୁମାର । ହାଇଦ୍ରାବାଦ ପୋଲିସ ବିଭାଗରେ କନେଷ୍ଟବଲ ଭାବେ କାର୍ଯ୍ୟ କରନ୍ତି ମହେଶ କୁମାର । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ହାଇଦ୍ରାବାଦରେ ଜାରି ହୋଇଛି ରାତ୍ରିକାଳୀନ କର୍ଫ୍ୟୁ । ସହଯୋଗୀଙ୍କ ସହ ମହେଶ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଫୁଟପାଥ ଉପରେ ତାଙ୍କର ନଜର ପଡିଗଲା ଜଣେ ବୃଦ୍ଧ ୨ଶିଶୁଙ୍କ ସହ ବସିଥିବା ମହେଶ ଦେଖିଲେ । ଦୁଇ ଛୁଆ ଭୋକରେ ଆଉଟୁ ପାଉଟୁ ହେଉଥିବା ମହେଶ ଜାଣିପାରିଲେ ।

ରାତ୍ରି ଭୋଜନ ପାଇଁ ଘରୁ ଆଣିଥିବା ଖାଦ୍ୟ ମହେଶ ବଢାଇଦେଲେ ଦୁଇ ଶିଶୁଙ୍କୁ । ସେତିକି ଖାଦ୍ୟରେ ଦୁଇ ଶିଶୁଙ୍କ ପେଟ ପୂରିଲା କି ନାହିଁ, ଅଲଗା କଥା କିନ୍ତୁ ଦୁଇ ଛୁଆଙ୍କ ମୁହଁର ହସ ମହେଶଙ୍କ ପାଇଁ ଆଉ ରାତିରେ ଖାଇବା ପାଇଁ ଆବଶ୍ୟକ ପଡିଲା ନାହିଁ । ମହେଶଙ୍କ ଏଭଳି ମାନବିକତା ହାଇଦ୍ରବାଦ ପୋଲିସର ଗର୍ବ ବଢାଇଦେଇଛି । ବରିଷ୍ଠ ପୋଲିସ ଅଧିକାରମାନେ ମହେଶଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଖାଲି ବରିଷ୍ଠ ପୋଲିସ ଅଧିକାରୀମାନେ ନୁହଁନ୍ତି, ଏବେ ଚାରିଆଡୁ ମହେଶଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ