Masthead

ଗୋଟିଏ ଓଭରରେ ତେୱାଟିଆଙ୍କ ୫ଟି ଛକା !

ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲା ରାଜସ୍ଥାନ

ରଵିଵାରର ହାଇସ୍କୋରିଂ ମ୍ୟାଚରେ ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲେ ରାଜସ୍ଥାନର ତେୱାଟିଆ । ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ମୋଡ ବଦଳାଇ ଦେଲେ ତେୱାଟିଆ । ଫଳରେ ଆଇପିଏଲର ଏକ ରୋମାଂଚକର ମ୍ୟାଚରେ କିଙ୍ଗ୍ସ ଇଲେଭେନ୍ ପଂଜାବକୁ ୪ ୱକେଟରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଂଜୁ ସାମସନ୍ ଓ ରାହୁଲ ତେୱାଟିଆ ଧୁଆଁଧାର ବ୍ୟାଟିଂ କରି ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲେ । ସାମସନ୍ ୪୨ଟି ବଲରେ ୮୫ ରନ୍ ଏବଂ ତେୱାଟିଆ ମାତ୍ର ୩୧ଟି ବଲରେ ୫୩ ରନ୍ କରିଥିଲେ । ଉଭୟ ୭ଟି ଲେଖାଁଏ ଛକା ମାରି ଦର୍ଶକଙ୍କ ଭିତରେ ରୋମାଂଚ ଭରି ଦେଇଥିଲେ ।
ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ । କିଙ୍ଗସ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୨୨୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ମୟଙ୍କ ଅଗ୍ରୱାଲ ୧୦୬ରନ କରି ଦଳକୁ ଏକ ବଡ ସ୍କୋର କରିବାରେ ସହାୟକ ହୋଇଥିଲେ । ମାତ୍ର ୪୫ ବଲ ଖେଳି ମୟଙ୍କ ଅଗ୍ରୱାଲ ଧୂଆଁଧାର ଶତକ ହାସଲ କରିଥିଲେ । ମୟଙ୍କ ଅଗ୍ରୱାଲ ଏବଂ କେ ଏଲ ରାହୁଲଙ୍କ ଯୋଡି ଦଳକୁ ଏକ ଚ୍ୟାଲେଜିଂ ସ୍କୋର କରିବାରେ ସମର୍ଥ ହୋଇଥିଲେ । କିଙ୍ଗସ ଇଲେଭେନ ପଞ୍ଜାନ ମାତ୍ର ୨ଟି ୱିକେଟ ହରାଇ ୨୨୩ ରନ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ରୟାଲସର ବିସ୍ଫୋରକ ବ୍ୟାଟିଂ କରି ୨୨୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିଲା । ୩ଟି ବଲ୍ ବାକି ଥାଇ ରାଜସ୍ଥାନ ରୟାଲ୍ସ ଏହି ହାଇସ୍କୋରିଂ ମ୍ୟାଚରେ ବିଜୟ ହାସଲ କରିଥିଲା । ୬ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସମର୍ଥ ହୋଇଥିଲା ରାଜସ୍ଥାନ । ସବୁଠୁ ଆକର୍ଷଣୀୟ ଥିଲା ମୟଙ୍କ ଅଗ୍ରୱାଲାଙ୍କ ଧୂଆଁଧାର ଶତକ ଏଵଂ ରାହୁଲ ତେୱାଟିଆଙ୍କ ଦର୍ଶନୀୟ ଛକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି