Masthead

ଗୋଟିଏ ଓଭରରେ ତେୱାଟିଆଙ୍କ ୫ଟି ଛକା !

ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲା ରାଜସ୍ଥାନ

ରଵିଵାରର ହାଇସ୍କୋରିଂ ମ୍ୟାଚରେ ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲେ ରାଜସ୍ଥାନର ତେୱାଟିଆ । ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ମୋଡ ବଦଳାଇ ଦେଲେ ତେୱାଟିଆ । ଫଳରେ ଆଇପିଏଲର ଏକ ରୋମାଂଚକର ମ୍ୟାଚରେ କିଙ୍ଗ୍ସ ଇଲେଭେନ୍ ପଂଜାବକୁ ୪ ୱକେଟରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଂଜୁ ସାମସନ୍ ଓ ରାହୁଲ ତେୱାଟିଆ ଧୁଆଁଧାର ବ୍ୟାଟିଂ କରି ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲେ । ସାମସନ୍ ୪୨ଟି ବଲରେ ୮୫ ରନ୍ ଏବଂ ତେୱାଟିଆ ମାତ୍ର ୩୧ଟି ବଲରେ ୫୩ ରନ୍ କରିଥିଲେ । ଉଭୟ ୭ଟି ଲେଖାଁଏ ଛକା ମାରି ଦର୍ଶକଙ୍କ ଭିତରେ ରୋମାଂଚ ଭରି ଦେଇଥିଲେ ।
ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ । କିଙ୍ଗସ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୨୨୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ମୟଙ୍କ ଅଗ୍ରୱାଲ ୧୦୬ରନ କରି ଦଳକୁ ଏକ ବଡ ସ୍କୋର କରିବାରେ ସହାୟକ ହୋଇଥିଲେ । ମାତ୍ର ୪୫ ବଲ ଖେଳି ମୟଙ୍କ ଅଗ୍ରୱାଲ ଧୂଆଁଧାର ଶତକ ହାସଲ କରିଥିଲେ । ମୟଙ୍କ ଅଗ୍ରୱାଲ ଏବଂ କେ ଏଲ ରାହୁଲଙ୍କ ଯୋଡି ଦଳକୁ ଏକ ଚ୍ୟାଲେଜିଂ ସ୍କୋର କରିବାରେ ସମର୍ଥ ହୋଇଥିଲେ । କିଙ୍ଗସ ଇଲେଭେନ ପଞ୍ଜାନ ମାତ୍ର ୨ଟି ୱିକେଟ ହରାଇ ୨୨୩ ରନ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ରୟାଲସର ବିସ୍ଫୋରକ ବ୍ୟାଟିଂ କରି ୨୨୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିଲା । ୩ଟି ବଲ୍ ବାକି ଥାଇ ରାଜସ୍ଥାନ ରୟାଲ୍ସ ଏହି ହାଇସ୍କୋରିଂ ମ୍ୟାଚରେ ବିଜୟ ହାସଲ କରିଥିଲା । ୬ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସମର୍ଥ ହୋଇଥିଲା ରାଜସ୍ଥାନ । ସବୁଠୁ ଆକର୍ଷଣୀୟ ଥିଲା ମୟଙ୍କ ଅଗ୍ରୱାଲାଙ୍କ ଧୂଆଁଧାର ଶତକ ଏଵଂ ରାହୁଲ ତେୱାଟିଆଙ୍କ ଦର୍ଶନୀୟ ଛକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ