Masthead

ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ନେଇ ଆଜି ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ଆଜି ନିଷ୍ପତି ନିଆଯିବ । ସବୁ ରାଜ୍ୟ ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯିବ । ପରୀକ୍ଷା ନେଇ ଆଲୋଚନା କରିବେ ୪ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ହେବାକୁ ଥିବା ଏହି ଆଲୋଚନାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଓ ଶିକ୍ଷା ପରିଷଦର ଅଧ୍ୟକ୍ଷମାନେ ସାମିଲ ହେବେ।

ଏହି ବୈଠକରେ କେନ୍ଦ୍ର ମହିଳାଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନି ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଯୋଗଦେବେ ବୋଲି ମନ୍ତ୍ରୀ ରମେଶ ପୋଖରିୟାଲ ଜଣାଇଛନ୍ତି। ଏହି ବୈଠକରେ ପରୀକ୍ଷା ସପକ୍ଷରେ ଓଡ଼ିଶା ମଧ୍ୟ ମତ ଦେବ । ପରୀକ୍ଷା ହେଲେ କିଭଳି କରାଯିବ ସେ ନେଇ ନିଷ୍ପତି ନିଆଯିବ । ଜେଇଇ ମେନ୍, ନିଟ୍, ୟୁପିଏସସି ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷାନେଇ ମଧ୍ୟ ନିଷ୍ପତି ନିଆଯିବ । କୋଭିଡ ମହାମାରୀ ସଂକ୍ରମଣକୁ ଦେଖି ସବୁ ରାଜ୍ୟର ଶିକ୍ଷା ପରିଷଦ, ସିବିଏସ୍ଇ ଓ ଆଇସିଏସ୍ଇ ୨୦୨୧ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସେହିପରି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଓ ଅନ୍ୟ ଜାତୀୟ ସ୍ତରର ପରୀକ୍ଷା ସବୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏପରିକି ବୃତ୍ତିଗତ ଶିକ୍ଷା ପରୀକ୍ଷା ବି ସ୍ଥଗିତ ରହିଛି। ଏ ନେଇ ରାଜ୍ୟମାନେ ସୁଚିନ୍ତିତ ମତାମତ ଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼