Masthead

କରୋନା ଭୟରେ ପୁଅ ଛୁଇଁଲାନି, ତହସିଲଦାର ବୋହିଲେ ଶବ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ତହସିଲଦାରଙ୍କ ମହାନତା । କାନ୍ଧରେ କାଠ ବୋହି ପିପିଇକିଟି ପିନ୍ଧି ଦାହ କଲେ ଶବ। କରୋନା ଭୟରେ ପୁଅ ଛୁଇଁଲାନି ବାପାର ଶବ । ଶବଦାହ ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡ଼ିଓ । ନିଜେ ପିପିଇକିଟି ପିନ୍ଧି ଶବ ଦାହ କଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ଗାଁର ସୁବାସ ଖଟୁଆ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସୁସ୍ଥହେବା ପରେ ଘରକୁ ଫେରି ହୋମ ଆଇସୋଲେଶନରେ ଥିଲେ । ମାତ୍ର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ କରୋନା ଡରରେ ନିଜର ପୁଅ ବାପାକୁ ପୋଡିବାକୁ ନେଇ ନଥିଲା ।

ତେବେ ଘର ଲୋକ ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେବା ପରେ ସରପଞ୍ଚ ଚାନ୍ଦବାଲି ତହସିଲଦାର ଓ ବିଡ଼ିଓଙ୍କୁ ଜଣାଇଥିଲେ । ତହସିଲଦାର ଓ ବିଡ଼ିଓ ନଳଗୋହିରା ଗ୍ରାମରେ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସରେ ନେଇ ସତ୍କାର କରିଥିଲେ । ତହସିଲଦାର ନିଜ କାନ୍ଧରେ କାଠ ବୋହିବା ସହ ପିପିଇକିଟି ପିନ୍ଧି ଶବଦାହ ମଧ୍ୟ କଲେ । ଜଣେ ସରକାରୀ ବାବୁଙ୍କର ଏପରି କାର୍ୟ୍ୟ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାମରେ ବିଡ଼ିଓ, ଅତିରିକ୍ତ ତହସିଲଦାର, ଚାନ୍ଦବାଲି ଆଇଆଇସି, ଆରଆଇ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର