Masthead

ଉଦ୍ଧାର କାର୍ଯ୍ୟରେ ଉଦ୍ଧାରକାରୀ ଟିମ

ରାଜନଗର(ବଡ଼ ଖବର ବ୍ୟୁରୋ): ଯାହା ଅକଳନ କରାଯାଉଥିଲା, ହେଲା ନାହିଁ । ୟାଶ ବେଶୀ କ୍ଷତି କରିନାହିଁ । ମାତ୍ର ଲୋକଙ୍କୁ ସମସ୍ୟାରେ ପକାଇଦେଇଛି । ଏବେ ଜୀବନଯାତ୍ରା ସ୍ୱାଭାବିକ ଉପରେ ଦିଆଯାଉଛି ଗୁରୁତ୍ୱ । ଉଦ୍ଧାକାରୀ ଦଳ ବିଭିନ୍ନ ସ୍ଥାନରେ ଗଛକାଟି ରାସ୍ତା ସଫା କରୁଛନ୍ତି । ରାସ୍ତାରେ ପଡିଥିବା ଗଛକାଟି ସଫା କରୁଛନ୍ତି ଓଡ୍ରାଫ୍ ଟିମ୍ । ଏ ହେଉଛି ଉଦାଳର ଚିତ୍ର । ସେହିପରି ସୋର, ବାରିପଦା, ଭଦ୍ରକ, ବାହାନଗା, ବାଲେଶ୍ୱର, ରାଜନଗର ଅଞ୍ଚଳର ଅବସ୍ଥା ସମାନ । ବିଭିନ୍ନ ସ୍ଥାନରେ ପଡିଥିବା ଗଛ ଯୁଦ୍ଧକାଳୀନଭିତ୍ତିରେ କଟାଯାଉଛି । ରାସ୍ତା ସଫା କରାଯାଉଛି ।

ରିଲିଫ୍ ଓ ଜରୁରୀସେବା ଯେପରି ବ୍ୟାହତ ନହେବ ସ୍ଥାନୀୟ ପ୍ରଶାସନ ତାଉପରେ ଗୁରୁତ୍ୱ ଦେଉଛି । ଉଦ୍ଧାରକାରୀ ଦଳଙ୍କୁ ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରୁଛନ୍ତି । ବାସୁଦେବପୁରରରେ ଉଦବୃତ୍ତ ଜଳ ନିଷ୍କାସନ ଚିନ୍ତା ପ୍ରଶାସନର ନାହିଁ । ସ୍ଥାନୀୟ ପ୍ରଶାସନ ହାତଯୋଡି ବସିଛି । ଲୋକେ ରାସ୍ତା ଖୋଳି ପାଣି ନିଷ୍କାସନ କରିବାକୁ ବାଧ୍ୟ ହୋଇଛନ୍ତି । ପୋଲିସ କିପରି ବିପଦର ବନ୍ଧୁ । ଜଣେ ଅସହାୟ ଲୋକଙ୍କୁ ଆଣ୍ଠୁଏ ପାଣିକାଦୁଅରେ ପୋଲିସ ବାବୁ ବୋହି ଆଣୁଛନ୍ତି ।

ମାନବିକତାର ପରିଚୟ ଦେଇଛି ପୋଲିସ । ପ୍ରମାଣ କରିଦେଇଛି, ଅସମୟରେ ଆମେ ଅଛୁ । ଏ ଦୃଶ୍ୟ ହେଉଛି ରାଜକନିକାର । ସେଭଳି ରାଜନଗରର ଆଉ ଏକ ଦୃଶ୍ୟ ଦେଖାଉଛୁ । ଜଣେ ବୟସ୍କା ମାଆଙ୍କୁ କିପରି ଉଦ୍ଧାର କରାଯାଉଛି । ଲୋକଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇ ନିରାପଦ ଆଶ୍ରୟସ୍ଥଳକୁ ଅଣାଯାଉଛି । ମହାକାଳପଡ଼ାରେ ମଧ୍ୟ ସମାନଚିତ୍ର ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ପଠାଯାଉଛି । ଆଶ୍ରୟସ୍ଥଳ ଛାଡି ଲୋକେ ଘରକୁ ଫେରିବେ । ବର୍ଷକର ସାଇତା ଖାଦ୍ୟଶସ୍ୟର ଅବସ୍ଥା କ’ଣ ହୋଇଥିବ କିଏ ଜାଣେ । ପୁଣି ବର୍ଷସାରା ଚଳିବେ କେମିତି? ଏଇ ଚିନ୍ତା ଏବେ ଲୋକଙ୍କୁ ଘାରିଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି