Masthead

ଆସିଲା ବ୍ଲାକ୍ ଫଙ୍ଗସ ପାଇଁ ଔଷଧ, ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ପରେ ବ୍ଲାକ ଫଙ୍ଗସ ସଂକ୍ରମଣ ପାଇଁ ସବୁଠି ଆତଙ୍କ । କିନ୍ତୁ ଏବେ ଏହାକୁ ନେଇ ଆସିଛି ଆସ୍ୱସ୍ଥି କର ଖବର । ବ୍ଲାକ ଫଙ୍ଗସ ପାଇଁ ବାହାରିଲାଣି ଔଷଧ । ଖୁବ ଶିଘ୍ର ଆରମ୍ଭ ହେବ ଏହାର ବିତରଣ । ମହାରାଷ୍ଟ୍ର ବର୍ଘା ସହରରେ ଥିବା ଜେନେଟିକ ଲାଇଫ ସାଇନ୍ସ କମ୍ପାନି ୨୭ ତାରିଖରେ ବ୍ଲାକ୍‌ ଫଙ୍ଗସ ପାଇଁ ଔଷଧ ଏମ୍ପୋଟେରେସିନ୍‌ – ବି ଇଂଜେକ୍ସନ୍‌ ନିର୍ମାଣ କରିଥିବା ପ୍ରକାଶ କରିଛି ।

କେନ୍ଦ୍ର ମନ୍ତ୍ରୀ ନିତିନ୍‌ ଗଡକରିଙ୍କ କାର୍ୟ୍ୟାଳୟ ଏହି ସୂଚନା ଦେଇଛି । ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ମୂଲ୍ୟ ୧୨୦୦ ଟଙ୍କା ରହିଛି । ଏହି ଔଷଧର ବିତରଣ ସୋମବାର ଅର୍ଥାତ ୩୧ ମଇ ଠାରୁ ଆରମ୍ଭ ହେବ ବୋଲି ଜଣାଯାଇଛି । ଔଷଧର ଉତ୍ପାଦନ ପାଇଁ ୫ କମ୍ପାନିକୁ ଲାଇସେନ୍ସ ମିଳିଛି । ଔଷଧର ଅଭାବକୁ ଦେଖି ଏବେ ୫ଟି କମ୍ପାନିକୁ ଔଷଧ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ତେବେ ଦେଶର ପ୍ରତିଟି କୋଣରେ ବ୍ଲାକ୍‌ ଫଙ୍ଗସର ଔଷଧ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?