Masthead

ଆଇଗଣିଆ ମୋ ଏରିଆ, ମୋ ନାଁ ତ କେଉଁଠି ନାହିଁ: ଅଶୋକ ପଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଗତ ବର୍ଷ ମଧ୍ୟ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ସାଂସଦ ଅପରାଜିତା ଟ୍ୱିଟ କରି ସମାଲୋଚନା କରିଥିଲେ । ଏବଂ ମନ୍ତ୍ରୀ ଅଶୋକ ପଣ୍ଡା କ୍ଷମା ମାଗନ୍ତୁ ବୋଲି କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଅଶୋକ ପଣ୍ଡା କହିଛନ୍ତି, ସାଂସଦ କହିଥିଲେ ମନ୍ତ୍ରୀ କ୍ଷମା ମାଗନ୍ତୁ, ହେଲେ ମୁଁ କଣ ପାଇଁ କ୍ଷମା ମାଗିବି । ମୁଁ ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ ନଥିଲି ।

ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ଏହି ସବୁ କଥା କହିଛନ୍ତି । ସାଂସଦ ନାଁକୁ ନେଇ ମୋତେ କାହିଁକି ପ୍ରଶ୍ନ କରାଯାଉଛି ବୋଲି କହିଛନ୍ତି ଅଶୋକ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଆଇଗଣିଆ ଅଶୋକ ପଣ୍ଡା ଏରିଆ ହେଲେ ମଧ୍ୟ ମୋ ନାଁ କେଉଁଠି ମଧ୍ୟ ନାହିଁ । କିନ୍ତୁ ସାଂସଦଙ୍କ ବୋର୍ଡ ମରାଯାଇଛି । ମୁଁ କହିବାକୁ ଗଲେ ବହୁତ କଥା ବାହାରିବ । ମୋତେ ପ୍ରୋଭକ କରନ୍ତୁ ନାହିଁ । ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ । ସବୁଥିରେ ଦୋଷତ୍ରୁଟି ଖୋଜିବା ଠିକ ନୁହେଁ ବୋଲି କହିଛନ୍ତି ଅଶୋକ ପଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ