Masthead

ସୁୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କଟକ( ବଡ଼ ଖବର ବ୍ୟୁରୋ)  ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ମୁକାବିଲା । ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଏବେଠୁ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଲାଣି । ଦିନ ୧.୩୦ରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମ୍ୟାଚ । ଏହି ମ୍ୟାଚ୍ କଟକରେ ଖେଳାଯାଉଥିବାରୁ ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଦୁଇ ପ୍ରକାରର ପିଚ୍‌ ପ୍ରସ୍ତୁତ କରାଯାଇଛି । କଳାମାଟି ଓ ନାଲି ମାଟିରେ ଦୁଇଟି ଭିନ୍ନ ଭିନ୍ନ ପିଚ୍‌ ଉପଲବ୍ଧ ରହିଛି । ନାଲି ମାଟି ମହାରାଷ୍ଟ୍ରରୁ ଏବଂ କଳାମାଟି ସ୍ୱତନ୍ତ୍ର ଭାବେ ଓଡ଼ିଶାର କଳାହାଣ୍ଡିରୁ ଆସିଛି । ପ୍ରାୟ ଦୁଇବର୍ଷ ପୂର୍ବରୁ ଏ ଯୋଜନା କରାଯାଇଥିଲା । ଉଭୟ ମାଟିର ପିଚ୍‌ କରିବାକୁ ଓସିଏକୁ କ୍ରିକେଟ୍ ବିଶେଷଜ୍ଞଙ୍କ ପରାମର୍ଶ ଦେଇଥିଲେ । ତିନୋଟି ମ୍ୟାଚ୍‌ ମେନ୍ ପିଚ୍‌ ଓ ୪ଟି ପ୍ରାକ୍ଟିସ୍‌ ପିଚ୍‌ ପ୍ରସ୍ତୁତ କରାଯାଇଛି ।

ଆଜିର ମ୍ୟାଚ୍ କଳାମାଟିରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଓସିଏର ମୁଖ୍ୟ ପିଚ୍‌ କ୍ୟୁରେଟର୍‌ ଅଞ୍ଜନ ଖୁଣ୍ଟିଆ । କଳାମାଟି ପିଚ୍‌ରେ ବଡ଼ ସ୍କୋର୍‌ ହେବାର ସୁଯୋଗ ରହିଛି । ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ ସୁହାଇବ ଏହି ପିଚ୍ । କାକର ପଡ଼ିବା ସମ୍ଭାବନା ରହିଥିବାରୁ ପିଚ୍‌ କାକର ଦ୍ୱାରା ବିଶେଷ ପ୍ରଭାବିତ ହେବ ନାହିଁ । ତା’ଛଡ଼ା ୫୦ ଓଭର ଖେଳ ପରେ ଦ୍ୱିତୀୟ ପାଳି ବେଳକୁ ପିଚ୍‌ରେ ସାଧାରଣ ରୋଲିଂ କଲେ ନୂଆ ପିଚ୍‌ର ଅନୁଭବ ଦେବ । ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ରଣଜୀ ମୁକାବିଲା କରାଯାଇଥିଲା । ପରୀକ୍ଷା ନୀରିକ୍ଷା ପରେ ଅନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି