ସୁୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କଟକ( ବଡ଼ ଖବର ବ୍ୟୁରୋ)  ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ମୁକାବିଲା । ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଏବେଠୁ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଲାଣି । ଦିନ ୧.୩୦ରେ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମ୍ୟାଚ । ଏହି ମ୍ୟାଚ୍ କଟକରେ ଖେଳାଯାଉଥିବାରୁ ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଦୁଇ ପ୍ରକାରର ପିଚ୍‌ ପ୍ରସ୍ତୁତ କରାଯାଇଛି । କଳାମାଟି ଓ ନାଲି ମାଟିରେ ଦୁଇଟି ଭିନ୍ନ ଭିନ୍ନ ପିଚ୍‌ ଉପଲବ୍ଧ ରହିଛି । ନାଲି ମାଟି ମହାରାଷ୍ଟ୍ରରୁ ଏବଂ କଳାମାଟି ସ୍ୱତନ୍ତ୍ର ଭାବେ ଓଡ଼ିଶାର କଳାହାଣ୍ଡିରୁ ଆସିଛି । ପ୍ରାୟ ଦୁଇବର୍ଷ ପୂର୍ବରୁ ଏ ଯୋଜନା କରାଯାଇଥିଲା । ଉଭୟ ମାଟିର ପିଚ୍‌ କରିବାକୁ ଓସିଏକୁ କ୍ରିକେଟ୍ ବିଶେଷଜ୍ଞଙ୍କ ପରାମର୍ଶ ଦେଇଥିଲେ । ତିନୋଟି ମ୍ୟାଚ୍‌ ମେନ୍ ପିଚ୍‌ ଓ ୪ଟି ପ୍ରାକ୍ଟିସ୍‌ ପିଚ୍‌ ପ୍ରସ୍ତୁତ କରାଯାଇଛି ।

ଆଜିର ମ୍ୟାଚ୍ କଳାମାଟିରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଓସିଏର ମୁଖ୍ୟ ପିଚ୍‌ କ୍ୟୁରେଟର୍‌ ଅଞ୍ଜନ ଖୁଣ୍ଟିଆ । କଳାମାଟି ପିଚ୍‌ରେ ବଡ଼ ସ୍କୋର୍‌ ହେବାର ସୁଯୋଗ ରହିଛି । ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ ସୁହାଇବ ଏହି ପିଚ୍ । କାକର ପଡ଼ିବା ସମ୍ଭାବନା ରହିଥିବାରୁ ପିଚ୍‌ କାକର ଦ୍ୱାରା ବିଶେଷ ପ୍ରଭାବିତ ହେବ ନାହିଁ । ତା’ଛଡ଼ା ୫୦ ଓଭର ଖେଳ ପରେ ଦ୍ୱିତୀୟ ପାଳି ବେଳକୁ ପିଚ୍‌ରେ ସାଧାରଣ ରୋଲିଂ କଲେ ନୂଆ ପିଚ୍‌ର ଅନୁଭବ ଦେବ । ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ରଣଜୀ ମୁକାବିଲା କରାଯାଇଥିଲା । ପରୀକ୍ଷା ନୀରିକ୍ଷା ପରେ ଅନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ