Masthead

ବାବା ରାମଦେବଙ୍କ ମନ୍ତବ୍ୟ ବିରୋଧରେ କଳା ଦିବସ ପାଳନ କରିବ ଫୋର୍ଡ଼ା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଏଲୋପାଥି ଏବଂ ଡାକ୍ତରଙ୍କୁ ନେଇ ବାବା ରାମଦେବଙ୍କ ବୟାନ ଦେଶରେ ବିବାଦ ସୃଷ୍ଟି କରିଛି। ଡାକ୍ତରମାନେ ବାବାଙ୍କୁ ଗିରଫ କରିବାକୁ ଦାବି କରୁଥିବା ବେଳେ ସେ କିନ୍ତୁ ନିଜର ତାଉ ଦେଖାଇବାରେ ବ୍ୟସ୍ତ। ଗୋଟିଏ ପରେ ଗୋଟିଏ ଏଲୋପାଥି ବିରୋଧରେ ପ୍ରଶ୍ନ ବାଣ ମାରିଚାଲିଛନ୍ତି ଯୋଗଗୁରୁ ବାବା ରାମଦେବ। ସେପଟେ ବାବାଙ୍କ ବିବାଦୀୟ ବୟାନକୁ ନେଇ ଏବେ ଫେଡେରସନ୍ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ଖପ୍ପା ହୋଇଛି। ଘରୋଇ ଡାକ୍ତର ସଂଘ ବାବା କ୍ଷମା ମାଗିବା ସହ ମହାମାରୀ ଅଧିନିୟମ ଅନୁସାରେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାକୁ ନେଇ ଜୁନ ପହିଲାରେ କରୋନା ଯୋଦ୍ଧା ଏବଂ ମଡର୍ଣ୍ଣ ମେଡିସିନ୍କୁ ନେଇ ରାମଦେବଙ୍କ ବିବାଦୀୟ ବୟାନକୁ ବିରୋଧ କରି ଦେଶବ୍ୟାପୀ କଳାଦିବସ ପ୍ରଦର୍ଶନ କରିବ ଫୋର୍ଡ଼ା ।

ଏହା ସହ ୧ ଜୁନରେ ରୋଗୀଙ୍କ ସେବା ଜାରି ରହିବ ଏବଂ ଏଥିରେ କୌଣସି ପ୍ରକାର ବାଧା ଉପୁଜିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାମଦେବଙ୍କ ଏକ ଭିଡିଓ ସହ କେନ୍ଦ୍ରକୁ ଚିଠି ଲେଖିଥିଲା ଭାରତୀୟ ଚିକିତ୍ସକ ସଂଘ। ଭିଡିଓରେ ରାମଦେବ ଏଲୋପାଥି ଔଷଧ ବେକାର ବୋଲି କହିବା ସହ ଲକ୍ଷ ଲକ୍ଷ କରୋନା ରୋଗୀ ଏହି ଔଷଧ ଖାଇ ମରୁଛନ୍ତି ବୋଲି କହିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିପାଇଁ ରାମଦେବଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଆଇଏମଏ ଦାବି କରିଥିଲା। ପରେ ବାବା ରାମଦେବ ନିଜର ମନ୍ତବ୍ୟ ଫେରସ୍ତ ନେଇଥିଲେ। ପୁଣି ଗୋଟିଏ ଦିନ ପରେ ଏଲୋପାଥିକୁ ନେଇ ରାମଦେବ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଏବେ ଏହି ବିବାଦ ଥମିବାର ନାଁ ଧରୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ