Masthead

ବାବା ରାମଦେବଙ୍କ ମନ୍ତବ୍ୟ ବିରୋଧରେ କଳା ଦିବସ ପାଳନ କରିବ ଫୋର୍ଡ଼ା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଏଲୋପାଥି ଏବଂ ଡାକ୍ତରଙ୍କୁ ନେଇ ବାବା ରାମଦେବଙ୍କ ବୟାନ ଦେଶରେ ବିବାଦ ସୃଷ୍ଟି କରିଛି। ଡାକ୍ତରମାନେ ବାବାଙ୍କୁ ଗିରଫ କରିବାକୁ ଦାବି କରୁଥିବା ବେଳେ ସେ କିନ୍ତୁ ନିଜର ତାଉ ଦେଖାଇବାରେ ବ୍ୟସ୍ତ। ଗୋଟିଏ ପରେ ଗୋଟିଏ ଏଲୋପାଥି ବିରୋଧରେ ପ୍ରଶ୍ନ ବାଣ ମାରିଚାଲିଛନ୍ତି ଯୋଗଗୁରୁ ବାବା ରାମଦେବ। ସେପଟେ ବାବାଙ୍କ ବିବାଦୀୟ ବୟାନକୁ ନେଇ ଏବେ ଫେଡେରସନ୍ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ଖପ୍ପା ହୋଇଛି। ଘରୋଇ ଡାକ୍ତର ସଂଘ ବାବା କ୍ଷମା ମାଗିବା ସହ ମହାମାରୀ ଅଧିନିୟମ ଅନୁସାରେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାକୁ ନେଇ ଜୁନ ପହିଲାରେ କରୋନା ଯୋଦ୍ଧା ଏବଂ ମଡର୍ଣ୍ଣ ମେଡିସିନ୍କୁ ନେଇ ରାମଦେବଙ୍କ ବିବାଦୀୟ ବୟାନକୁ ବିରୋଧ କରି ଦେଶବ୍ୟାପୀ କଳାଦିବସ ପ୍ରଦର୍ଶନ କରିବ ଫୋର୍ଡ଼ା ।

ଏହା ସହ ୧ ଜୁନରେ ରୋଗୀଙ୍କ ସେବା ଜାରି ରହିବ ଏବଂ ଏଥିରେ କୌଣସି ପ୍ରକାର ବାଧା ଉପୁଜିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାମଦେବଙ୍କ ଏକ ଭିଡିଓ ସହ କେନ୍ଦ୍ରକୁ ଚିଠି ଲେଖିଥିଲା ଭାରତୀୟ ଚିକିତ୍ସକ ସଂଘ। ଭିଡିଓରେ ରାମଦେବ ଏଲୋପାଥି ଔଷଧ ବେକାର ବୋଲି କହିବା ସହ ଲକ୍ଷ ଲକ୍ଷ କରୋନା ରୋଗୀ ଏହି ଔଷଧ ଖାଇ ମରୁଛନ୍ତି ବୋଲି କହିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିପାଇଁ ରାମଦେବଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଆଇଏମଏ ଦାବି କରିଥିଲା। ପରେ ବାବା ରାମଦେବ ନିଜର ମନ୍ତବ୍ୟ ଫେରସ୍ତ ନେଇଥିଲେ। ପୁଣି ଗୋଟିଏ ଦିନ ପରେ ଏଲୋପାଥିକୁ ନେଇ ରାମଦେବ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଏବେ ଏହି ବିବାଦ ଥମିବାର ନାଁ ଧରୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା